ଭୁବନେଶ୍ୱର୧୫/୦୫/୨୦୨୧(ଓଡ଼ିଶାସମାଚାର)-ବିଶ୍ୱ ଓଡ଼ିଶା ସମାଜ ର ଅଧ୍ୟକ୍ଷ ଏବଂ ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ ଙ୍କ ର ମାଆ ଶ୍ରୀମତୀ ଶ୍ରୀମନ୍ତିନୀ ଦ୍ବିବେଦୀ ଙ୍କର ନିଧନ ଘଟିଛି । ୮୬ ବର୍ଷୀୟ ଶ୍ରୀମତୀ ଦ୍ବିବେଦୀ କିଛି ଦିନ ଧରି ଅସୁସ୍ଥ ଥିଲେ । ଶୁକ୍ରବାର ରାତି ୧୧.୧୫ ମିନିଟରେ ଯାଜପୁର ଜିଲ୍ଲା ର ବରୀ ସ୍ଥିତ ତାଙ୍କର ପୈତୃକ ବାସ ଭବନ ଠାରେ ଶ୍ରୀମତୀ ଦ୍ବିବେଦୀ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଶ୍ରୀମତୀ ଦ୍ବିବେଦୀ ଙ୍କ ର ସ୍ୱାମୀ ସ୍ବର୍ଗତ ଗୋକୁଳ ଚନ୍ଦ୍ର ଦ୍ବିବେଦୀ ଜଣେ ପ୍ରତିଷ୍ଠିତ ଶିକ୍ଷାବିତ ଭାବରେ ବରୀ ଅଞ୍ଚଳ ଓ ଯାଜପୁର ଜିଲ୍ଲାରେ ବେଶ ସୁନାମ ଅର୍ଜନ କରିଥିଲେ । ଶ୍ରୀମନ୍ତିନୀ ଦ୍ବିବେଦୀ ଏକାଧାରରେ ନିଷ୍କପଟ, ମିଷ୍ଟ ଭାଷୀ ,ଦୟାଳୁ ,ଧର୍ମପରାୟଣା ଓ ପରୋପକାରୀ ମହିଳା ଥିଲେ । ରାମପୁରର ସଂଭ୍ରାନ୍ତ ମୁକ୍ତିଆର ପରିବାରରେ ଜନ୍ମଗ୍ରହଣ କରିଥିବା ଶ୍ରୀମତୀ ଦ୍ବିବେଦୀ କଳା ସଂସ୍କୃତି ପ୍ରେମୀ ଥିଲେ ଏବଂ ସମାଜସେବା କ୍ଷେତ୍ରରେ ବହୁତ ରୁଚି ରଖୁଥିଲେ । ଦ୍ବିବେଦୀ ଦମ୍ପତିଙ୍କର ୫ ଝିଅ , ୩ ପୁଅ ଅଛନ୍ତି । ବଡ଼ପୁଅ କିଶୋର ଦ୍ବିବେଦୀ , ଏବେ ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ ଅଫ ଇଣ୍ଡିଆ ର ଅଧ୍ୟକ୍ଷ ଅଛନ୍ତି ଓ ବହୁ ଦିନ ଧରି ଦିଲ୍ଲୀରେ ସାମ୍ବାଦିକତା କରି ଆସୁଛନ୍ତି । ଅନ୍ୟ ଦୁଇ ପୁଅ କାମିନୀ କାନ୍ତ , ଶ୍ରୀକାନ୍ତ ତଥା ଝିଅ ସାବିତ୍ରୀ ଦାଶ , ସତ୍ୟଭାମା ତ୍ରିପାଠୀ ,ସୁଷମା ମିଶ୍ର , ଅନୁପମା ପତି ଏବଂ ଚନ୍ଦ୍ରମା ସାହୁ ନିଜ ନିଜର କାର୍ଯ୍ୟକ୍ଷେତ୍ର ରେ ଖୁବ ଖ୍ୟାତି ଅର୍ଜନ କରିଛନ୍ତି ।
ଶନିବାର ଦିନ ସକାଳେ ତାଙ୍କର ନିଜ ଗ୍ରାମରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି । ଶ୍ରୀମତୀ ଦ୍ବିବେଦୀ ଙ୍କର ବିୟୋଗରେ ସମଗ୍ର ବରୀ ଅଞ୍ଚଳ, ଓଡ଼ିଶାର ସାମ୍ବାଦିକ ଜଗତ , ଦିଲ୍ଲୀର ପ୍ରବାସୀ ଓଡ଼ିଆ ମହଲ ଏବଂ ବିଶ୍ୱର ବିଭିନ୍ନ ଦେଶ ର ଓଡ଼ିଆ ସମାଜର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଶୋକ ର ଛାୟା ଖେଳିଯାଇଛି । ଶୋକ ପ୍ରକାଶ କରିଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଭାରତ ର କମ୍ପ୍ରଟୋଲର ଅଡିଟର ଜେନେରାଲ ଗିରିଶ ଚନ୍ଦ୍ର ମୁର୍ମୁ , ଆନ୍ଧ୍ରପ୍ରଦେଶ ର ରାଜ୍ୟପାଳ ବିଶ୍ୱ ଭୂଷଣ ହରି ଚନ୍ଦନ , ଓଡ଼ିଶାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର , ରିଜର୍ଭ ବ୍ୟାଙ୍କ ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ , ରାଜ୍ୟ ମନ୍ତ୍ରୀ ନବ ଦାସ , ସୁଶାନ୍ତ ସିଂହ , ତୁଷାରକାନ୍ତି ବେହେରା , ପୁର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ଜୁଏଲଓରାମ , ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟନାୟକ , ବିଜେପି ର ରାଜ୍ୟ ସଭାପତି ସମୀର ମହାନ୍ତି , ପିସିସି ର ପୁର୍ବତନ ସଭାପତି ପ୍ରସାଦ ହରିଚନ୍ଦନ , ବିଜେପି ର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର , ବରିଷ୍ଠ ନେତା କେ.ଭି ସିଂହଦେଓ , ସାଂସଦ ସୁରେଶ ପୂଜାରୀ , ଅପରାଜିତା ଷଡ଼ଙ୍ଗୀ , ସୁସ୍ମିତ ପାତ୍ର ,ପ୍ରସନ୍ନ ଆଚାର୍ଯ୍ୟ ,ସଙ୍ଗୀତା ସିଂହଦେଓ ଓ ରମେଶ ଚନ୍ଦ୍ର ରତ୍ନ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି । ଓଡିଶା ସମାଚାର