Sunday , October 1 2023
Home / ବିଶେଷ / ସରକାରଙ୍କ ମଦର ଘରୋଇ ବିତରଣ ନିଷ୍ପତିକୁ ନିନ୍ଦା

ସରକାରଙ୍କ ମଦର ଘରୋଇ ବିତରଣ ନିଷ୍ପତିକୁ ନିନ୍ଦା

କେନ୍ଦ୍ରାପଡ଼ା, ୧୫/୦୫/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ମହାମାରୀ ଏବେ ଅତ୍ୟନ୍ତ ଭୟାନକ ସ୍ଥିତି ସୃଷ୍ଟି କରିଥିବା ବେଳେ କେତେକ ସ୍ୱେଛାଚାରୀ ସରକାରଙ୍କ ପରି ଓଡିଶା ସରକାର ଏହି ସମୟ ମଧ୍ୟରେ ଜନ ବିରୋଧୀ ନୀତିମାନ ଗ୍ରହଣ କରିବା ଦୁର୍ଭାଗ୍ୟଜନକ । ସମ୍ବିଧାନ ନାମରେ ଶପଥ ନେଇଥିବା ଏହି ସରକାର ରାଜ୍ୟକୁ ସଂପୂର୍ଣ୍ଣ ନିଶା ନିବାରଣ ପାଇଁ ବର୍ତମାନର ତାଲାବନ୍ଦ ସମୟକୁ ଏକ ସୁଯୋଗ ରୂପେ ବ୍ୟବହାର ନକରି ମଦର ହୋମ ଡେଲିଭରି ପାଇଁ ନିଷ୍ପତି ନେବା ସରକାରଙ୍କ ଦେବାଳିଆ ମାନସିକତାକୁ ପ୍ରତିପାଦିତ କରୁଛି । ଗତବର୍ଷ ଦେଶରେ ତାଲାବନ୍ଦ ସମୟରେ ସଂପୂର୍ଣ୍ଣ ୨ମାସ ଧରି ମଦର ବ୍ୟବହାର ନଥିବା କାରଣରୁ ରାଜ୍ୟରେ ସାମାଜିକ ଅପରାଧ କମିଯାଇଥିଲେ ମଧ୍ୟ ସୁଶାସନ ପାଇଁ ପ୍ରତିବଦ୍ଧ ଥିବା ବାହସ୍ପୋଟ ମାରୁଥିବା ସରକାର ଏଥିରୁ  କିଛି ଶିଖିଥିବା ଭଳି ମନେହେଉନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଦକୁ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିବାର ପ୍ରମୁଖ କାରଣ ରୂପେ ଦର୍ଶାଇଥିବା ବେଳେ ସରକାର ଏହି ସମୟରେ ମଦକୁ ଘରେ ଘରେ ପହଁଚାଇବାର ବ୍ୟବସ୍ଥା କରି କରୋନା ବିରୋଧି ଲଢେଇକୁ ଦୁର୍ବଳ କରିବା ସହ ଲୋକମାନଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି ବୋଲି ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ଜିଲ୍ଲା ସମ୍ପାଦକ ଆଦିକନ୍ଦ ରାଉଳ ଅଭିଯୋଗ କରି ସରକାର ଏହି ଜନ ବିରୋଧୀ ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରି ନିଅନ୍ତୁ ବୋଲି ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *