Wednesday , October 4 2023
Breaking News
Home / ବିଶେଷ /     ରଥ କାଠ ଅନୁକୂଳ

    ରଥ କାଠ ଅନୁକୂଳ

 ଭୁବନ ୧୫/୦୫/୨୦୨୧(ଓଡ଼ିଶା ସମାଚାର)-ଭୁବନର ତୃତୀୟାଜୀୟୁ ଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଆଜି ଅକ୍ଷୟ ତୃତୀୟା ଅବସରରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥକାଠ ଅନୁକୂଳ କରାଯାଇଥିଲା । ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ଶୁଭେନ୍ଦୁ କୁମାର ସାହୁ ,ଗୋପୀନାଥ ମହାନ୍ତି ଙ୍କ ସମେତ ସ୍ୱଳ୍ପସଂଖ୍ୟକ କର୍ମକର୍ତା ଉପସ୍ଥିତ ରହି ସରକାରଙ୍କ କୋଭିଡ ନିୟମ ପାଳନ କରି ରଥକାଠ ଅନୁକୂଳ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ତେବେ କରୋନା ପାଇଁ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥ ନିର୍ମାଣ ହେବ କିନ୍ତୁ ରଥ ଯାତ୍ରା ହେବ ନାହିଁ । ରଥରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ ବୋଲି ସଭାପତି ଶୁଭେନ୍ଦୁ ସାହୁ ସୂଚନା ଦେଇଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *