Sunday , March 26 2023
Breaking News
Home / ବିଶେଷ / ରଘୁନାଥପୁର ରେ କାମକରୁନି କୋଭିଡ଼ କଟକଣା 

ରଘୁନାଥପୁର ରେ କାମକରୁନି କୋଭିଡ଼ କଟକଣା 

ରଘୁନାଥପୁର,୧୫/୦୫/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ଥାନା ତଥା ତହସିଲ ଅଂଚଳରେ କୋଭିଡ଼ କଟକଣା କାମ କରୁନଥିବା ଦେଖିବାକୁ ମିଳୁଛି । ଏହି ଅଂଚଳର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ସ୍ଥଳ ରଘୁନାଥପୁର ବଜାର, ନାରାୟଣୀ ଛକ , ତାରପୁର ବଜାର , ରେଢ଼ୁଆ ହାଟ ବଜାର , ଜଇପୁର ଛକ , ନାଲିବର , ରାଢ଼ଙ୍ଗ, ପଣ୍ଡାଛକ, ସାଦେଇପୁର ଛକ, ଗୋରଖନାଥ ମନ୍ଦିର ପରିସର ଆଦିରେ ଚା ପାନ ଗୁଟକା ବିକ୍ରୟ କରାଯାଉଥିବାବେଳେ ଗ୍ରୋସରୀ ଦୋକାନ ନାମରେ ଷ୍ଟେସନାରୀ ଦୋକାନ, ଲୁଗା ଦୋକାନ ଆଦି ଖୋଲା ମେଲାରେ ବିକ୍ରି କରାଯାଉଛି । ଏପରିକି ମିଠା ଓ ଜଳଖିଆ ଦୋକାନ ସରକାର ଙ୍କ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ଖୋଲା ରହିଥିବା ଦେଖିବାକୁ ମିଳୁଛି । କିଛି ଲାଭଖୋର ବ୍ୟବସାୟୀମାନେ ବେପାର ଆଶାରେ ଅଧିକ ସମୟ ଦୋକାନ ଖୋଲୁଥିବାବେଳେ ତହସିଲ କିମ୍ବା ପୋଲିସ ପ୍ରଶାସନ ଦେଖି ନଦେଖିବା ପରି ଚାଲିଯାଉଛି ।  କୌଣସି ବ୍ୟବସାୟ ପ୍ରତିଷ୍ଠାନ ନିକଟରେ ସାନିଟାଇଜେସନ ର ବ୍ୟବସ୍ଥା ନଥିବାବେଳେ ମାସ୍କ ଓ ସାମାଜିକ ଦୂରତା ପାଣିର ଗାର ପରି ଲାଗୁଛି । ସରକାରଙ୍କ ନିୟକ ଢ଼ିଲା ଚାଲୁଥିବାବେଳେ ଗୋଷ୍ଠି ସଂଙ୍କ୍ରମଣର ଆଶଙ୍କା ସାଧାରଣ ଲୋକଙ୍କ ପାଇଁ ଭୟର ବାତାବରଣ ସୃଷ୍ଟି କରୁଛି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ନିୟମକୁ କଡ଼ାକଡ଼ି ପାଳନ କରାଇବାକୁ ଅଂଚଳର ବୁଦ୍ଧିଜିବୀମାନେ ଜଗତସିଂହପୁର ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.