ଭୁବନ ୧୫/୦୫/୨୦୨୧(ଓଡ଼ିଶା ସମାଚାର)-ଭୁବନ କୃଷକ ସମାଜ ତରଫରୁ ହିଙ୍ଗୁଳା ମନ୍ଦିର ନିକଟରେ ଅକ୍ଷୟ ତୃତୀୟା ପାଳନ ଓ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି । ସଭାପତି ବାସୁଦେବ ଗୁରୁଙ୍କ ଅଧ୍ୟକ୍ଷତାରେ ହଳ,ଲଙ୍ଗଳ ସମେତ କୃଷି ଉପକରଣ ଓ ବଳଦଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଅକ୍ଷିମୁଠି ଅନୁକୂଳ କରାଯାଇଥିଲା । କୃଷକ ମାନେ ଜମି ହଳ କରିବା ସହ ଧାନ ବୁଣିଥିଲେ । କୃଷକ ସମାଜ କର୍ମକର୍ତା ସତ୍ୟାନନ୍ଦ ପୃଷ୍ଟି,ଶ୍ରୀଧର ବେହେରା,ଅର୍ଜୁନ ପୃଷ୍ଟି ଙ୍କ ସମେତ ବହୁ କୃଷକ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର