ଗରଦପୁର, ୧୫/୦୫/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ତିକନପୁର ପଂଚାୟତ ଅଧିନ ବେହୁଳ ଗ୍ରାମରେ ପାଟକୁରା ପ୍ରଗତି ମଂଚ ପକ୍ଷରୁ ବ୍ଲକ୍ ସ୍ତରୀୟ ଅକ୍ଷୟ ତୃତୀୟାରେ ବିହନ ଅନୁକୂଳ ଓ ଅଗ୍ରଣୀ ଚାଷୀଙ୍କୁ ମଂଚ ପକ୍ଷରୁ ସମ୍ବର୍ଦ୍ଧତ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମଂଚର ସଭାପତି ତଥା ଜିଲା ପରିଷଦ ସଭ୍ୟ ସନ୍ତୋଷ ଜେନା ଙ୍କ ନେତୃତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କୃଷି ଅଧିକାରୀ ଅଶ୍ୱିନୀ କୁମାର ପରିଜା , ସମାଜସେବୀ କେଦାରନାଥ ସାମନ୍ତରାୟ , ସରପଂଚ ସୁକାନ୍ତ କୁମାର ସାହୁ , କୃଷକ ନେତା ମହେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ବିହନ ଅନୁକୂଳ ଓ ଅଗ୍ରଣୀ ଚାଷୀମାନଙ୍କୁ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସର୍ବ ପ୍ରଥମେ ଅଗ୍ରଣୀ ଚାଷୀ ବ୍ରଜକିଶୋର ମାହାଳି ମା ଲକ୍ଷ୍ମୀ ଙ୍କୁ ପୂଜାର୍ଚ୍ଚନା କରିବା ପରେ ଜମିରେ ବିହନ ଅନୁକୂଳ କରାଯାଇଥିଲା । ଅତିଥି ମାନଙ୍କ ଦ୍ୱାରା ବ୍ଲକ୍ ର ଅଗ୍ରଣୀ ଚାଷୀ ସର୍ବଶ୍ରୀ ଅଚ୍ୟୁତାନନ୍ଦ ମଲ, ରବିନ୍ଦ୍ରନାଥ ଲେଙ୍କା,ପ୍ରତାପ ପରିଡ଼ା, ସୁକାନ୍ତ ମଲ,ବ୍ରଜକିଶୋର ମାହାଳି,ତ୍ରିଲୋଚନ ବିଶ୍ୱାଳ, ପ୍ରାଣକୃଷ୍ଣ ମାହାଳି, ଚନ୍ଦ୍ରମଣି ରାଉତ ପ୍ରମୁଖ ଙ୍କୁ ଉତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ସଂଯୋଜକ ଦେବେନ୍ଦ୍ର ମାହାଳି, ପବିତ୍ର ମଲିକ , ଯୁଧିଷ୍ଠିର ସ୍ୱାଇଁ, ବାବୁଲି ମାହାଳି, ମଦନ କୁମାର ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର