Sunday , March 26 2023
Breaking News
Home / ବିଶେଷ / ନର୍ମଦା ଙ୍କ ଦ୍ୱାଦଶାହ ସ୍ମୃତି ଉତ୍ସବ 

ନର୍ମଦା ଙ୍କ ଦ୍ୱାଦଶାହ ସ୍ମୃତି ଉତ୍ସବ 

ଗରଦପୁର, ୧୫/୦୫/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପାଖଡ଼ସ୍ଥିତ ଶାନ୍ତି କୁଟୀର ରେ ଧର୍ମପ୍ରାଣା ମହିଳା ସ୍ୱର୍ଗତ ନର୍ମଦା ସେନାପତିଙ୍କ ଦ୍ୱାଦଶାହ ସ୍ମୃତି ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ମୃତି ଚାରଣ ଉତ୍ସବରେ ଶିକ୍ଷକ ତ୍ରିଲୋଚନ ସ୍ୱାଇଁ ସଭାପତିତ୍ୱ କରିଥିଲେ । ଏଥିରେ ସରପଂଚ ଗୌରାଙ୍ଗ ଚରଣ ପରିଡ଼ା,ଗ୍ରାମ ମୁରବୀ ଇଂ ଫକୀର ମୋହନ ସେନାପତି ,ଯୁବ ଉଧ୍ରୋଗ ଦୁଖିଶ୍ୟାମ ସେନାପତି ,ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସାମ୍ବାଦିକ ନବଘନ ନାୟକ, ଚାରୁଚନ୍ଦ୍ର ସେନାପତି , ନୃସିଂହ ସାହୁ, ପ୍ରମୋଦ ସେନାପତି , ଭବାନୀ ଶଙ୍କର ମହାପାତ୍ର, ଶ୍ରୀକାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନର୍ମଦା ସେନାପତି ଜଣେ ସ୍ନେହୀ,ଆଦରଣୀୟା,ଧର୍ମ ପରାୟଣା,ତଥା ପରୋପକାରୀ ମହିଳା ଭାବରେ ପରିଚିତ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ତାଙ୍କର ହସ ହସ ମୁହଁ , ଟିକି ଟିକି କଥା ଓ ଅତିଥି ସତ୍କାର ପାଇଁ ନର୍ମଦା ଅନେକଙ୍କ ମନରେ ସ୍ମୃତି ହୋଇ ରହିବେ ବୋଲି ସ୍ୱାମୀ ପ୍ରକୃତି ବନ୍ଧୁ ଦ୍ୱାରିକାନାଥ ସେନାପତି, ବୋହୁ ରଶ୍ମିରାଣୀ, ପୁଅ କାନ୍ତ ଶକ୍ତି, ଭାଇ ମଦନ , ଶରତ , ସ୍ୱାଧିନ , ଝିଅ ଜୁଲି, ରାଲି, ଏଲି , ଜ୍ୱାଇଁ ବିଶ୍ୱରଂଜନ, ଜ୍ଞାନ ରଂଜନ, ରଶ୍ମିରଂଜନ, ଭଉଣୀ ସମ୍ଭୁନାଥ, ନିବେଦିତା , ଦୀପକ , ଉପେନ୍ଦ୍ର ,ସାହିଲ ପ୍ରମୁଖ ସ୍କୃତି ଚାରଣ କରି ଏହି ମତ ବ୍ୟକ୍ତ କରିଥିଲେ । ଉତ୍ସବରେ କୋଭିଡ଼ ନୀୟମ ପାଳନ କରାଯାଇଥିଲା ।  ଓଡ଼ିଶା ସମାଚାର

Leave a Reply

Your email address will not be published.