Tuesday , June 6 2023
Breaking News
Home / କୃଷି / କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା, ସିନାପାଲି ପଞ୍ଚାୟତ ଚାଷୀଙ୍କୁ କେବେ ମିଳିବ ଫସଲ ବୀମାରାଶି ?

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା, ସିନାପାଲି ପଞ୍ଚାୟତ ଚାଷୀଙ୍କୁ କେବେ ମିଳିବ ଫସଲ ବୀମାରାଶି ?

କଳାହାଣ୍ଡି , ୧୫/୦୫/୨୦୨୧(ଓଡିଶା ସମାଚାର /ସଂଜୟ କୁମାର ସିଂହ )- ଗତ ୨୦୨୦ ଆର୍ଥିକ ବର୍ଷରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଚାଷୀମାନେ ଖରିଫ ଋତୁର ପ୍ରଧାନମନ୍ତ୍ରୀ ଫସଲବୀମା କରିଥିଲେ । ସରକାରୀ ସ୍ତରରେ ୧୩ ଟି ପଞ୍ଚାୟତକୁ ମରୁଡି ଘୋର୍ଷଣା କରାଯାଇଥିଲା । ସେଥିମଧ୍ୟରୁ ୭ଟି ପଞ୍ଚାୟତ ଫସଲ ବୀମା ରାଶି ପାଇଥିବା ବେଳେ ୬ ଟି ପଞ୍ଚାୟତ ଚାଷୀମାନେ ଫସଲ ବୀମାରୁ ବଞ୍ଚିତ ଅଛନ୍ତି । ବର୍ତ୍ତମାନ କରୋନା ମହାମାରୀ ଚାଷୀଙ୍କ ରୋଜଗାର ପନ୍ଥାକୁ ଦୋହଲାଇ ଦେଇଥିବାରୁ ଚାଷୀ ହନ୍ତସନ୍ତ ହେଉଛନ୍ତି । ସିନାପାଲି ପଞ୍ଚାୟତ ଚାଷୀମାନଙ୍କର ଫସଲ ବୀମା ନ ମିଳିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚାଷୀଙ୍କ ରୋଜଗାର ପନ୍ଥା ନ ଥିବାରୁ ଫସଲ ବୀମା ଉପରେ ନିର୍ଭର କରିଛନ୍ତି । ବର୍ତ୍ତମାନ ଧାନଚାଷ କରିବା ସମୟ ପାଖେଇ ଆସୁଛି । ଫସଲ ବୀମା ଶୀଘ୍ର ଦେଲେ ଚାଷୀ ନିଜର ବିହନ, ସାର କିଣିବେ ବୋଲି ସିନାପାଲି ପଞ୍ଚାୟତବାସୀ ସରକାର ଓ ପ୍ରଶାସନଙ୍କୁ ନିବେଦନ କରିଛନ୍ତି । ଯଦି ସ୍ୱଳ୍ପଦିନ ମଧ୍ୟରେ ଫସଲବୀମାର ପାଉଣା ନ ମିଳେ ରାଜରାସ୍ତାକୁ ଆସିବୁ ବୋଲି ମିଡ଼ିଆ ସମ୍ମୁଖରେ ପ୍ରକାଶ କରିଛନ୍ତି ଚାଷୀମାନେ ପ୍ରକାଶ କରିଛନ୍ତି । ଓଡିଶା ସମାଚାର

Leave a Reply

Your email address will not be published.