Thursday , October 21 2021
Breaking News
Home / ବିଶେଷ / କନ୍ଧମାଳ ସାଂସଦ ଓ କିସ ଫାଉଣ୍ଡେସନ ତରଫରୁ ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ 

କନ୍ଧମାଳ ସାଂସଦ ଓ କିସ ଫାଉଣ୍ଡେସନ ତରଫରୁ ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ 

 କନ୍ଧମାଳ,୧୫/୦୫/୨୦୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କରୋନା କଟକଣା ଯୋଗୁଁ ସମଗ୍ର ରାଜ୍ୟରେ ଜାରି ରହିଛି ତାଲାବନ୍ଦ ଏବଂ ସପ୍ତାହାନ୍ତ କଟକଣା। ଏପରି ସ୍ଥଳେ ଦରିଦ୍ର ଏବଂ ଅସହାୟ ଲୋକମାନେ ଦୁଇଓଳି ଦୁଇମୁଠା ଖାଦ୍ୟ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ବିପତ୍ତି ସମୟରେ ସେମାନଙ୍କ ପାଖରେ ଛିଡା ହୋଇଛି କିସ୍‍ ଫାଉଣ୍ଡେସନ। କିସ୍‍ ଫାଉଣ୍ଡେସନର ମୁଖ୍ୟ ତଥା କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶରେ ଫୁଲବାଣୀ ମ୍ୟୁନିସିପାଲିଟି ଅଞ୍ଚଳ ଅନ୍ତର୍ଗତ ଅମଲାପଡା, ଜିରିଙ୍ଗିପଡା, ପେଞ୍ଜିସାହି, କୁମ୍ଭାରପଡା, ଫୁଲବାଣୀ ସାହି ଆଦି ବିଭିନ୍ନ ସାହିରେ ରହୁଥିବା ଅସହାୟମାନଙ୍କ ନିକଟରେ କିସ୍‍ ଫାଉଣ୍ଡେସନର ସଦସ୍ୟ ଭାଗିରଥୀ ସେଠୀ, ବିଦ୍ୟାଧର ପ୍ରଧାନ, ସୁନିଲ ସେଠୀ, ଅନନ୍ତ ନାରାୟଣ ବେହେରା, ବିଷ୍ଣୁ ବେହେରା, ପ୍ରଦୀପ କୁମାର ନାୟକ ପ୍ରମୁଖ ପହଞ୍ଚି ରନ୍ଧାଖାଦ୍ୟ ବଣ୍ଟନ କରୁଛନ୍ତି। ତାଲାବନ୍ଦ ସ୍ଥିତି ଜାରି ରହିବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଟିମ୍‍ ମୁଖ୍ୟ ଭାଗିରଥୀ ସେଠୀ କହିଛନ୍ତି। ସେହିଭଳି ଫୁଲବାଣୀ ମ୍ୟୁନିସିପାଲଟି ପକ୍ଷରୁ ମଧ୍ୟ ଟିମ୍‍ ହ୍ୟୁମାନିଟି ସହଯୋଗରେ ସହରରେ ପ୍ରାୟ ୪୦ରୁ ଅଧିକ ଯାଯାବର, ଅସହାୟ ଲୋକଙ୍କୁ ତାଲାବନ୍ଦ ଆରମ୍ଭ ଦିନଠାରୁ ସହାୟତା ସାମଗ୍ରୀ ବଣ୍ଟନ କରାଯାଉଛି। ଗତକାଲି ଏହି ରିଲିଫ କାର୍ଯ୍ୟରେ ସଦର ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ସାମିଲ ହୋଇ ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ। ଓଡ଼ିଶା ସମାଚାର

About admin

Check Also

କୋଭିଡ୍ କଟକଣା ପାଇଁ ଫିକା ପଡିଲା ପାରାଵିଲ୍ ଗଜଲକ୍ଷ୍ମୀ ପୂଜା, ପୁରୁଣା ମାଢିରେ ନୂଆ ମୂର୍ତ୍ତି

କଟକ ସଦର, ୨୦/୧୦/୨୧(ଓଡିଶା ସମାଚାର/ଵିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୋଭିଡ କଟକଣା ଯୋଗୁଁ ଫିକା …

Leave a Reply

Your email address will not be published. Required fields are marked *