କେନ୍ଦ୍ରାପଡ଼ା, ୧୫/୦୫/୨୦୨୧(ଓଡ଼ିଶା ସମାଚାର)- ପବିତ୍ର ଅକ୍ଷୟ ତୃତୀୟା ଚାଷୀ କୁଳର ପ୍ରଥମ ଦିବସ । ଆଜି ଚାଷୀ ତା ଜମିରେ ପହଲି ବିହନ ପକାଇ ଅନୁକୂଳ କରିଥାଏ । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା କୃଷକ ମହାସଙ୍ଘ ର ସମସ୍ତ ଚାଷୀମାନେ କୋଭିଡ ନିୟମ ମାନି ନିଜ ନିଜ ବିଲରେ ଧାନ ବିହନ ପକାଇ ଅକ୍ଷିମୁଠି ଅନୁକୁଳ କରିଥିଲେ । ମାତ୍ର ଦୁଃଖ ଓ ପରିତାପର ବିଷୟ ସରକାର ଖାଲି ଚାଷୀମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାଳିଆ ଯୋଜନା, ପି.ଏମ.କିଷାନ ଯୋଜନାରେ ଗତକାଲି ପଇସା ପଠାଇଥିବା ବେଳେ ଚାଷୀଙ୍କର ଆବଶ୍ୟକତା ଟଙ୍କା ନୁହେଁ । ଉନ୍ନତମାନର ଧାନ ବିହନ ପୂଜା,ଶାରଳା, ପ୍ରତୀକ୍ଷା,୧୦୧୮,୧୦୦୧ ପ୍ରଭୃତି ଧାନ ବିହନକୁ କୃଷି ବିଭାଗ କିମ୍ବା ସମିତିିମାନଙ୍କରେ ବିହନର ଦେଖା ନାହିଁ । ଏହା ଚାଷୀ କୂଳକୁ ଅପମାନ । ତୁରନ୍ତ ଚାଷୀଙ୍କୁ ବିହନ ଦେବା ସହିତ ଗତବର୍ଷର ମୁଗ ଫସଲର କ୍ଷତିପୁରଣ ପ୍ରଦାନ କରିବା, ଚାଷୀଙ୍କୁ ଆବଶ୍ୟକ ଋଣ ପ୍ରଦାନ କରାଯିବା ଆଦି ଦାବି କୃଷକ ନେତାମାନେ ସଂଗଠନର ସମ୍ପାଦକ ସତ୍ୟନାରାୟଣ ଜେନା, କୁବେର ସାହୁ, ଦାମୋଦର ମଳିକ, ଅଜୟ ଦାସ, ଦୈତାରୀ ସାହୁ, ପଦ୍ମନାଭ ଦାସ, ବିକାଶ ଚନ୍ଦ୍ର ବେଉରା, ଭାବଗ୍ରାହୀ ପତି, ଅଭୟ ଦାସ, ରନôାକର ଦାସ, ସୁରେଶ ସାହୁ, ଅରକ୍ଷିତ ପାତ୍ର, କୈଳାସ ପ୍ରଧାନ, ଦୁର୍ଯେ୍ୟାଧନ ଖୁଂଟିଆ ପ୍ରମୁଖ ଦାବି କରିଛନ୍ତି । ଓଡ଼ିଶା ସମାଚାର