କେନ୍ଦ୍ରାପଡ଼ା,୧୪/୦୫/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ କମୁ୍ୟନିଷ୍ଠ ପାର୍ଟି(ସି.ପି.ଆଇ.) ଜିଲ୍ଲା କାର୍ୟ୍ୟକାରୀ କମିଟି ପକ୍ଷରୁ ତୁରନ୍ତ ସରକାର ସମସ୍ତ ଲୋକଙ୍କୁ ମାଗଣାରେ ଟୀକା ପ୍ରଦାନ ସହ ବର୍ତମାନ କରୋନା ସମୟରେ ସାଧାରଣ ମଣିଷ, ଦିନମଜୁରିଆ, ରିକ୍ସା ବାଲା, ଉଠା ଦୋକାନୀ ପ୍ରଭୃତି ସଂଖ୍ୟାଧିକ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମୁଖିନ ହେଉଛନ୍ତି । କେନ୍ଦ୍ରର ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ବିଜେପି ସରକାର ୫ଟି ରାଜ୍ୟର ଭୋଟ ସାମୟରେ ତେଲଦରକୁ ବଢାଇଲେନାହିଁ । ଭୋଟ ପରେ ପେଟ୍ରୋଲ,ଡିଜେଲ ଦର ଦୈନିକ ବଢୁଛି । ଖାଇବା ତେଲ ଲିଟର ୧୭୦ ଟଙ୍କା, ଡାଲି କିଲୋ ପ୍ରତି ୧୧୫ଟଙ୍କା, ଆଳୁ ଓ ପିଆଜ ଦର ଦୈନିକ ବଢୁଛି । ତାକୁ ନିୟନ୍ତ୍ରଣ କରିବାକୁ ଯେମିତି କାହାର ଯୁ ନାହିଁ । ବୋଝ ଉପରେ ନଳିତା ବିଡା ଭଳି ସାଧାରଣ ଲୋକ ତ୍ରାହି ତ୍ରାହି ଡାକିଲେଣି । ଖାଲି ଭାଷଣ ବାଜି । କେନ୍ଦ୍ର ଓ ରାଜ୍ୟ ସରକାର ଏକଥା ତୁରନ୍ତ ବିଚାର କରି ଦରଦାମ ସ୍ଥିର କରନ୍ତୁ । ଆଉ ଟୀକାର ଭେଳିକି ଛାଡି ସରକାର ନିଜ ଉପରକୁ ଦାୟୀତ୍ୱ ନେଇ ଏକମାସ ମଧ୍ୟରେ ସାରା ଦେଶରେ ଟୀକାକରଣ କରନ୍ତୁ ବୋଲି ସି.ପି.ଆଇ. ଜିଲ୍ଲା ସାଧାରଣ ସମ୍ପାଦକ ସାଥି ରମଣୀରଞ୍ଜନ ରାଉତରାୟ,ସହ ସମ୍ପାଦକ ସାଥି ଆଦିକନ୍ଦ ରାଉଳ, କାର୍ୟ୍ୟକାରୀ କମିଟି ସଭ୍ୟ ସାଥି ବାବାଜୀ ଧଳ, ସାଥି ଶୁଭାଶିନୀ ଭଦ୍ର, ସାଥି ବିକାଶ ଚନ୍ଦ୍ର ବେଉରା, ସାଥି ଅଭୟ ଦାସ ପ୍ରମୁଖ ଦାବି କରିଛନ୍ତି । ଓଡ଼ିଶା ସମାଚାର