Monday , March 27 2023
Breaking News
Home / ବିଶେଷ / ଲୋକଙ୍କ ଦ୍ୱାରରେ ପହଂଚିଲା ତହସିଲ ପ୍ରଶାସନ

ଲୋକଙ୍କ ଦ୍ୱାରରେ ପହଂଚିଲା ତହସିଲ ପ୍ରଶାସନ

କଟକ,୧୪/୫/୨୦୨୧(ଓଡ଼ିଶା ସମାଚାର/ ଦେବାଶିଷ ରଥ)- ସମ୍ପ୍ରତି ରାଜ୍ୟରେ କରୋନାର ସ୍ଥିତି କୁ ନେଇ ରାଜ୍ୟ ସରକାର ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଲକ ଡ଼ାଉନ ଘୋଷଣା କରିଛନ୍ତି ।  ବିଶେଷ କିଛି କାର୍ଯ୍ୟ ନଥିଲେ ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ସରକାରୀ କର୍ମଚାରୀଙ୍କ ସୁରକ୍ଷା କୁ ଦୃଷ୍ଟି ଦେବା ସହ ଜନସାଧାରଣଙ୍କୁ ସରକାରୀ ସେବା ଉପଲବ୍ଧô କରାଇବାରେ ଯେପରି କୌଣସି ସମସ୍ୟା ନଉପୁଯେ, ସେଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ମତେ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ତତ୍ୱାବଧାନରେ ରାଜସ୍ୱ ବିଭାଗ ଲୋକମାନଙ୍କ ପାଖରେ ପହଂଚି ସେବା ଯୋଗାଇ ଦେବା ପାଇଁ ପ୍ରୟାସ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ରାଜସ୍ୱ ରଥ ର ଶୁଭାରମ୍ଭ କରାଯାଇଛି । ବାଙ୍କି , ସାଲେପୁର, ଚୌଦ୍ୱାର ଅଂଚଳରେ ଏହି ରଥ ଭ୍ରମଣ କରି ଉପଭୋକ୍ତା ମାନଙ୍କୁ ରେକର୍ଡ଼ ଅଫ୍ ରାଇଟ୍ସ ଅଧିନ ଜମି ଜମା କାଗଜପତ୍ର, ଆୟ ପ୍ରମାଣ ପତ୍ର ଆଦି କରାଯାଇଥିଲା । ଉପଜିଲାପାଳଙ୍କ ଉପସ୍ଥିତିରେ ତହସିଲଦାର ମାନଙ୍କ  ଜରିଆରେ ଜନସାଧାରଣଙ୍କ ଠାରୁ ବିଭିନ୍ନ ଆବେଦନ ଦରଖାସ୍ତମାନ ଗ୍ରହଣ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.