ଗରଦପୁର,୧୪/୦୫/୨୦୨୧(ଓଡ଼ିଶା ସମାଚାର)-କୋଭିଡ଼ ମହାମାରୀରୁ ଜନସାଧାରଣଙ୍କୁ ଆସ୍ୱସ୍ତି ଦେବାକୁ ଲୋକଙ୍କ ଦ୍ୱାରରେ ପହଂଚିଲା ଗରଦପୁର ତହସିଲ ପ୍ରଶାସନ । ତହସିଲ ତରଫରୁ ରାଜସ୍ୱ ରଥ ଆଜି ଗରଦପୁର ଓ ତଳକୁସୁମା ରାଜସ୍ୱ ସର୍କଲ ରେ ବୁଲିଛି । ରାଜସ୍ୱ ରଥରେ ନୂତନ ଭାବରେ ଯୋଗଦେଇଥିବା ତହସିଲଦାର ଅଶୋକ କୁମାର ବେହେରା ଓ କର୍ମଚାରୀମାନେ ଲୋକଙ୍କ ଘରେ ପହଂଚି ହିତାଧିକାରୀମାନଙ୍କୁ ଜମିଜମା ପଟ୍ଟା ବଂଟନ କରିଛନ୍ତି । ଖାଲି ସେତିକି ନୁହେଁ ତହସିଲଦାର ଶ୍ରୀ ବେହେରା ବିଭିନ୍ନ ପରିବାରରେ କରୋନା ସଚେତନତା ବାର୍ତା ପହଂଚାଇବା ସହିତ ମାସ୍କ ବଂଟନ କରିଥିଲେ । କେନ୍ଦ୍ରାପଡ଼ା ଜିଲାପାଳ ଅମ୍ରିତ ଋତୁରାଜ ଙ୍କ ନିର୍ଦ୍ଧେଶ କ୍ରମେ ଜିଲା ପ୍ରଶାସନ ପକ୍ଷରୁ ମହାମାରୀ କୋଭିଡ଼ ସମୟରେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଶ୍ରୀ ବେହେରା ସୂଚନା ଦେଇଥିଲେ । ପ୍ରଶାସନର ଏଭଳି ଉଦ୍ୟମକୁ ଗରଦପୁର ଜନସାଧାରଣ ଭୂୟସି ପ୍ରସଂଶା କରିଛନ୍ତି । ଓଡ଼ିଶା ସମାଚାର