Monday , October 18 2021
Breaking News
Home / ବିଶେଷ / ଲୁଥେରାନ ଶିଶୁ ଯତ୍ନ କେନ୍ଦ୍ରର ଅନ୍ତେବାସୀଙ୍କୁ ଅନିଛା ସତ୍ୱେ ସ୍ଥାନାନ୍ତରୀକରଣ

ଲୁଥେରାନ ଶିଶୁ ଯତ୍ନ କେନ୍ଦ୍ରର ଅନ୍ତେବାସୀଙ୍କୁ ଅନିଛା ସତ୍ୱେ ସ୍ଥାନାନ୍ତରୀକରଣ

କେନ୍ଦ୍ରାପଡ଼ା,୧୪/୦୫/୨୦୨୧(ଓଡ଼ିଶା ସମାଚାର)- ମହାକାଳପଡା ବ୍ଲକର ପାଟଳିପଙ୍କସ୍ଥିତ ଲୁଥେରାନ ମହିଳା ସମିତି ଦ୍ୱାରା ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନଙ୍କୁ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷଙ୍କ ନିର୍ଦେଶରେ ଶୁକ୍ରବାର ସନ୍ଧ୍ୟାରେ ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆ ପଲ୍ଲିଶ୍ରୀ ମହିଳା ସମିତିକୁ ସ୍ଥାନାନ୍ତର କରାଯାଇଛି । ଲୁଥେରାନର ସମ୍ପାଦିକା ମୀନାରାଣୀ ଭୂୟାଁ ଓ ହାଉସ ମଦର ରେଣୁବାଳା ପଣ୍ଡା ଉଭୟ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷଙ୍କୁ କୋଭିଡର ତାଲାବନ୍ଦ ସମୟରେ ସି.ସି.ଆଇ.ର ପିଲାମାନଙ୍କୁ ସ୍ଥାନାନ୍ତର ନକରାଯିବାକୁ ଲିଖିତ ଭାବେ ଜଣାଇଥିଲେ ବି ସେହି ଚିଠିକୁ ଗୁରୁତ୍ୱ ଦିଆନଯାଇ ସ୍ଥାନାନ୍ତର କାର୍ଯ୍ୟ ସନ୍ଧ୍ୟା ସମୟରେ କରାଗଲା । ସେମାନେ ଆହୁରି ଅଭିଯୋଗ କରିଛନ୍ତି ଯେ ସଂପୂର୍ଣ୍ଣ କୋଭିଡ ନିୟମକୁ ଉଲଂଘନ କରାଯାଇ ସନ୍ଧ୍ୟା ସମୟରେ ଜୋର ଜବରଦସ୍ତି ଅନ୍ତେବାସୀ ପିଲାମାନଙ୍କୁ ସେମାନଙ୍କ ଇଛା ବିରୁଦ୍ଧରେ ଲୁଥେରାନରୁ ପଲ୍ଲିଶ୍ରୀକୁ ସ୍ଥାନାନ୍ତର କରାଯାଇଛି । ଏକାବେଳକେ ପ୍ରାୟ ୧୦ଜଣରୁ ଉଦ୍ଧ୍ୱର୍ ଲୋକ ଲୁଥେରାନ ସି.ସି.ଆଇ. ଭିତରକୁ ପଶି ଏଭଳି ବେଆଇନ ଭାବେ କୋଭିଡ ନିୟମକୁ ଉଲ୍ଲଙ୍ଘନ କରି ପିଲାମାନଙ୍କୁ ସ୍ଥାନାନ୍ତର କରିଛନ୍ତି । ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି ପୂର୍ବରୁ ପଲ୍ଲିଶ୍ରୀ ନାମରେ ପିଲା ବିକ୍ରୀ ଭଳି ବହୁ ସଂଗିନ ଅଭିଯୋଗ ଥିଲେବି ସେସବୁକୁ ଆଖିବୁଜି ଦେଇ ଶିଶୁ ମଙ୍ଗଳ ସମିତି ଏଭଳି କାର୍ଯ୍ୟ କରୁଛି । ଏ ସମ୍ପର୍କରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଭଗବତି ପ୍ରସାଦ ଦାସଙ୍କୁ ପଚାରିବାରେ ସେ କୁହନ୍ତି ଯେ ଓ.ଏସ.ସି.ପି.ଏସ.ର ନିର୍ଦେଶକ ଏବଂ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦେଶରେ ଏଭଳି ସ୍ଥାନାନ୍ତର କାର୍ଯ୍ୟ କରାଯାଉଛି । କିନ୍ତୁ ଓ.ଏସ.ସି.ପି.ଏସ.ର ନିର୍ଦେଶକଙ୍କ ଏଭଳି କୋଣସି ନିର୍ଦେଶ ଦେଖାଇବାକୁ ଅଧ୍ୟକ୍ଷ ସମର୍ଥ ହୋଇନଥିଲେ । ପୂର୍ବରୁ ଲୁଥେରାନର ଯୈ÷ାନ କିଳେଙ୍କାରୀ ମାମଲାରେ ସଂପୃକ୍ତ ସରକାରୀ ଅଧିକାରୀ କିମ୍ବା ଲୁଥେରାନର ସଭାପତି, ସୁପରିନଟେଣ୍ଡେଂଟ ଓ ଲୁଥେରାନର ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ କରିଥିବା ମୁଖ୍ୟ ଅଭିଯୁକ୍ତ ସଭାପତିଙ୍କ ଭାଇଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଆଜି ସୁଦ୍ଧା ସମର୍ଥ ହୋଇପାରିନାହିଁ । ପରନ୍ତୁ ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଉଭୟ ଜିଲ୍ଲା ପ୍ରଶାସନ ଓ ପୋଲିସ ଘଂଟ ଘୋଡାଇବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ ହେଉଛି । ସନ୍ଧ୍ୟାରେ ଶିଶୁ ମଙ୍ଗଳ ସମିତିର ସଦସ୍ୟା ସ୍ମିତାଞ୍ଜଳି ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କନକଲତା ବେହେରା, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଲୁଥେରାନରେ ପହଁଚି ମହାକାଳପଡା ତହସିଲଦାର ଓ ମାର୍ଶାଘାଇ ଥାନା ପୋଲିସ ସହଯୋଗରେ ଜୋରଜବରଦସ୍ତ ସି.ସି.ଆଇ.ର ଅନ୍ତେବାସୀ ପିଲାମାନଙ୍କୁ ସେଠାରୁ କୋରୁଆ ପଲ୍ଲିଶ୍ରୀ ମହିଳା ସମିତିକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି । ଷ୍ଟେଟ ପ୍ରୋଗ୍ରେସିଭ ଓମେନ୍ସ ଫୋରମର ଅଧ୍ୟକ୍ଷା ମମତା ସାମନ୍ତରାୟ ଏହି ଘଟଣାରେ ଅନ୍ତେବାସୀ ପିଲାମାନଙ୍କ ମାନବିକ ଅଧିକାର ଉଲଂଘନ ହୋଇଥିବା ନେଇ ମାନବିକ ଅଧିକାର କମିଶନଙ୍କ ନିକଟରେ ଏକ ଅଭିଯୋଗ ଦାଖଲ କରିଥିବା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *