କେନ୍ଦ୍ରାପଡ଼ା, ୧୪/୦୫/୨୦୨୧(ଓଡ଼ିଶା ସମାଚାର)- ଲକ ଡାଉନ ସମୟରେ ହୋଟେଲ ଓ ରେଷ୍ଟୁରାଂଟ ପ୍ରଭୃତି ବନ୍ଦ ଥିବାରୁ କେନ୍ଦ୍ରାପଡା ସହରର ରାସ୍ତାରେ ବୁଲୁଥିବା ଗାଈ, ଗୋରୁ ଓ କୁକୁରମାନେ ଖାଇବାକୁ ପାଉନାହାନ୍ତି । ଏସମ୍ପର୍କରେ କେନ୍ଦ୍ରାପଡା ସହରର କେଶପୁର ବଜାରସ୍ଥିତ ସମୀର ମୋଟର୍ସର ମାଲିକ ତଥା ସମାଜସେବୀ ସମୀର କୁମାର ଚାନ୍ଦ ଚିନ୍ତାକରିବା ପରେ ଖାଦ୍ୟ ଅଭାବରେ ଭୋକିଲା ରାସ୍ତାରେ ବୁଲୁଥିବା ଗୋରୁ, ଗାଈ ଓ କୁକୁରମାନଙ୍କୁ ଦୈନିକ ସହରର ବିଭିନ୍ନ ସ୍ଥାନ ବୁଲି ଶୁଖିଲା ଖାଦ୍ୟ ପ୍ରଦାନ କରୁଥିବାର ଦେଖିବାକୁ ମିଳିଛି । ମଣିଷ ଭିତରେ ଥିବା ମାନବିକତାକୁ ଭୁଲି ନଯାଇ ଏଭଳି ପରିସ୍ଥିତିରେ ଶ୍ରୀ ଚାନ୍ଦ ରାସ୍ତାର ବୁଲା ପଶୁମାନଙ୍କୁ ଦୈନିକ ସନ୍ଧ୍ୟାରେ ଶୁଖିଲା ଖାଦ୍ୟ ଦେଉଛନ୍ତି । ଗତବର୍ଷ କରୋନା ଲକଡାଉନ ସମୟରେ ମଧ୍ୟ ଶ୍ରୀ ଚାନ୍ଦ ଏଭଳି କାର୍ୟ୍ୟ କରୁଥିବା ଦେଖାଯାଇଥିଲା । ଶ୍ରୀ ଚାନ୍ଦଙ୍କ ଏଭଳି କାର୍ୟ୍ୟ ସମାଜରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପ୍ରଦାନ କରୁଛି । ଓଡ଼ିଶା ସମାଚାର