Wednesday , October 4 2023
Breaking News
Home / ବିଶେଷ / ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କିନ୍ନରଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ବିତରଣ

ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କିନ୍ନରଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ବିତରଣ

କେନ୍ଦ୍ରାପଡ଼ା, ୧୪/୦୫/୨୦୨୧(ଓଡ଼ିଶା ସମାଚାର)- ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୃଷ୍ଟପୋଷକ ଡଃ.ଦେବେନ୍ଦ୍ର କୁମାର ଦାସଙ୍କ ଧର୍ମପତ୍ନୀ ତଥା ଟ୍ରଷ୍ଟର ସଦସ୍ୟା ସ୍ୱର୍ଗତା କାଥରିନ ଦାସଙ୍କ ସ୍ମୃତିରେ ୫ନମ୍ବର(କ) ଜାତୀୟ ରାଜପଥର କଜଳା ଗଡା ରାସ୍ତା କଡରେ ଓ  ଗୋପଛକ ନିକଟରେ ରହୁଥିବା  କିନ୍ନରମାନଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ  ପ୍ରଦାନ କରାଯାଇଛି । ଏହି ଅବସରରେ କିନ୍ନରମାନେ ସ୍ୱର୍ଗତା ଦାସଙ୍କ ଅମର ଆତ୍ମାର ସଦଗତି କାମନା କରି କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀ ବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି, ସଦସ୍ୟ ଚିତରଞ୍ଜନ ଦାସ, ଗୋଲଖ ଚନ୍ଦ୍ର ପଢିଆରୀ ଓ ସ୍ୱୟଂଭୁବ ଦାସ ପ୍ରମୁଖ କିନ୍ନରମାନଙ୍କୁ କୋଭିଡ ନିୟମ ଅନୁପାଳନ ପୂର୍ବକ ଶୁଖିଲା ଓ ରନ୍ଧାଖାଦ୍ୟ ପ୍ରଦାନ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *