Monday , March 27 2023
Breaking News
Home / ବିଶେଷ / ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କୁଷ୍ଠ କଲୋନୀରେ ରନ୍ଧାଖାଦ୍ୟ ବିତରଣ

ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କୁଷ୍ଠ କଲୋନୀରେ ରନ୍ଧାଖାଦ୍ୟ ବିତରଣ

କେନ୍ଦ୍ରାପଡ଼ା, ୧୪/୦୫/୨୦୨୧(ଓଡ଼ିଶା ସମାଚାର)- ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୃଷ୍ଟପୋଷକ ଡଃ.ଦେବେନ୍ଦ୍ର କୁମାର ଦାସଙ୍କ ଧର୍ମପତ୍ନୀ ତଥା ଟ୍ରଷ୍ଟର ସଦସ୍ୟା ସ୍ୱର୍ଗତା କାଥରିନ ଦାସଙ୍କ ସ୍ମୃତିରେ ଦୁହୁରିଆସ୍ଥିତ କୁଷ୍ଠ କଲୋନୀର ଅନ୍ତେବାସୀମାନଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ଏହି ଅବସରରେ କଲୋନୀର ଅନ୍ତେବାସୀମାନେ ସ୍ୱର୍ଗତା ଦାସଙ୍କ ଅମର ଆତ୍ମାର ସଦଗତି କାମନା କରି କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀ ବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି, ସଦସ୍ୟ ଚିତରଞ୍ଜନ ଦାସ, ଗୋଲଖ ଚନ୍ଦ୍ର ପଢିଆରୀ ଓ ସ୍ୱୟଂଭୁବ ଦାସ ପ୍ରମୁଖ କଲୋନୀର ଅନ୍ତେବାସୀମାନଙ୍କୁ କୋଭିଡ ନିୟମ ଅନୁପାଳନ ପୂର୍ବକ ଶୁଖିଲା ଓ ରନ୍ଧାଖାଦ୍ୟ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.