ପାରାଦୀପ ୧୪/୦୫/୨୦୨୧(ଓଡ଼ିଶା ସମାଚାର)- ବନ୍ଦର ଓ ଶିଳ୍ପ ସହର ପାରାଦୀପରେ କରୋନା ବା କୋଭିଡ୍ -୧୯ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜଗତସିଂହପୁର ଜିଲ୍ଲା ପ୍ରଶାସନର ଦୈନିକ ରିପୋର୍ଟ କାର୍ଡରେ ପାରାଦୀପ ସହର ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଇତି ମଧ୍ୟରେ ପାରାଦୀପ ବନ୍ଦରର ଦୁଇଜଣ କର୍ମଚାରୀ କରୋନାରେ ମୃତୁ୍ୟ ବରଣ କରିଥିବା ବେଳେ ଅନେକ ସଂକ୍ରମିତ ହେଉଥିବାର ଜଣା ପଡିଛି । ପାରାଦୀପ ପୌରାଂଚଳରେ ବର୍ତମାନ ୩୦୦ଟି ସକ୍ରିୟ ମାମଲା ଥିବାବେଳେ ବନ୍ଦର ସହରରେ ପ୍ରତିଦିନ ୪୦ରୁ ୫୦ ନୂଆ ପଜିଟିଭ୍ ମାମଲା ରିପୋର୍ଟ ହେଉଥିବାର ଖବର ମିଳୁଛି । ସେହିପରି ୧୦ଜଣ ମତ୍ସ୍ୟ ବ୍ୟବସାୟୀ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ଜଣଙ୍କର ମୃତୁ୍ୟ ହୋଇଥିବା ଜଣା ପଡିଛି । ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ଧି କରି ପାରାଦୀପ ଅଠରବାଙ୍କୀ ନିକଟସ୍ଥ ବାଲିପ୍ଲଟ୍ ମାଛ ମାର୍କେଟର କାର୍ତିକେଶ୍ୱର ମତ୍ସ୍ୟ ବ୍ୟବସାୟୀ ସଂଘ ସ୍ୱେଚ୍ଛାକୃତ ଭାବେ ମାଛ ମାର୍କେଟକୁ ମେଁ ୧୨ ରୁ ୧୯ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍ କରିଛନ୍ତି । ତେବେ ମେଁ ୧୧ ଓ ୧୨ ତାରିଖ ଦୁଇଦିନରେ ପାରାଦୀପ ଅଂଚଳରୁ ୪୦ ଓ ୫୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଅନ୍ୟ ପକ୍ଷରେ ଏପରି ଘଡିସନ୍ଧି ମୂହୁର୍ତରେ କରୋନା ପ୍ରତିଷେଧକ ଟୀକା ନେବା ପାଇଁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଥିବା ବେଳେ ଟୀକା ଯୋଗାଣରେ ବିଳମ୍ବ ହେତୁ ଟୀକାକରଣ ପ୍ରକ୍ରିୟା ଅପେକ୍ଷାକୃତ ଧିମା ପଡିଛି ଏବଂ ଏପର୍ଯ୍ୟନ୍ତ ୧୮ ବର୍ଷରୁ ଉର୍ଦ୍ଧଙ୍କୁ ଟୀକାକରଣ ଅଭିଯାନ ଆରମ୍ଭ ହୋଇ ପାରିନାହିଁ । ଓଡ଼ିଶା ସମାଚାର
Home / ବିଶେଷ / ବନ୍ଦର ସହର ପାରାଦୀପରେ ବଢି ଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟା – ୧୮ ବର୍ଷରୁ ଉଦ୍ଧ୍ୱର୍ଙ୍କୁ ଟୀକାକରଣରେ ବିଳମ୍ବ