Saturday , June 3 2023
Breaking News
Home / ତାଜା ଖବର / ପୁଣି ରେକର୍ଡ଼ ଭାଙ୍ଗିଲା କରୋନା : ୧୨,୩୯୦ ସଂକ୍ରମିତ ଚିହ୍ନଟ , ୨୨ ଜଣଙ୍କର ମୃତ୍ୟୁ

ପୁଣି ରେକର୍ଡ଼ ଭାଙ୍ଗିଲା କରୋନା : ୧୨,୩୯୦ ସଂକ୍ରମିତ ଚିହ୍ନଟ , ୨୨ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୧୪/୦୫/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ଦୁଇ ଦିନ ହେଲା ଦୈନିକ ସଂଙ୍କ୍ରମଣ ଓ ମୃତ୍ୟୁ ସଂଖ୍ୟା ଅଳ୍ପ କମିଥିବାବେଳେ ଆଜି ପୁଣି ବଢ଼ିଛି । ଗତ ୧୨ ତାରିଖରେ ୧୦୯୮୨ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଗତକାଲି ୧୩ ତାରିଖରେ ୧୦୬୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଜି ପୁଣି ପୂର୍ବ ରେକର୍ଡ଼କୁ ଭାଙ୍ଗି ଗତ ୨୪ ଘଣ୍ଟା ମଧ୍ୟରେ ୧୨,୩୯୦ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୩୮ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ୫୪୫୨ ଜଣ ସ୍ଥାନୀୟ ବାସିନ୍ଦା । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୩୨ଜଣ, ବାଲେଶ୍ୱର ଜିଲ୍ଲାରୁ ୩୪୦ଜଣ, ବରଗଡ଼ ଜିଲ୍ଲାରୁ ୫୦୭ଜଣ, ଭଦ୍ରକ ଜିଲ୍ଲାରୁ ୪୧୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୬୧ଜଣ, ବୌଦ୍ଧ ଜିଲ୍ଲାରୁ ୨୨୮ଜଣ, କଟକ ଜିଲ୍ଲାରୁ ୭୧୯ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୭୪ଜଣ, ଗଜପତି ଜିଲ୍ଲାରୁ ୧୧୫ଜଣ, ଗଞ୍ଜାମ ଜିଲ୍ଲାରୁ ୩୮୭ଜଣ, ଜଗତସିଂହପୁର ଜିଲ୍ଲାରୁ ୨୫୯ଜଣ, ଯାଜପୁର ଜିଲ୍ଲାରୁ ୪୩୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୧୩ଜଣ, କଳାହାଣ୍ଡି ଜିଲ୍ଲାରୁ ୨୧୦ଜଣ, କନ୍ଧମାଳ ଜିଲ୍ଲାରୁ ୧୦୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩୭ଜଣ, କେନ୍ଦୁଝର ଜିଲ୍ଲାରୁ ୨୦୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୨୦୧ଜଣ, କୋରାପୁଟ ଜିଲ୍ଲାରୁ ୨୪୬ଜଣ, ମାଲକାନଗିରି ଜିଲ୍ଲାରୁ ୧୦୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୪୮୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୬୨ଜଣ, ନୟାଗଡ଼ ଜିଲ୍ଲାରୁ ୩୦୧ଜଣ, ନୂଆପଡ଼ା ଜିଲ୍ଲାରୁ ୨୦୪ଜଣ, ପୁରୀ ଜିଲ୍ଲାରୁ ୪୬୯ଜଣ, ରାୟଗଡ଼ା ଜିଲ୍ଲାରୁ ୧୮୭ଜଣ, ସମ୍ବଲପୁର ଜିଲ୍ଲାରୁ ୬୭୭ଜଣ, ସୋନପୁର ଜିଲ୍ଲାରୁ ୧୭୮ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୮୨ଜଣ, ଷ୍ଟେଟ୍ ପୁଲ୍ ରୁ ୩୫୨ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୮୮୬୮୭ କୁ ବୃଦ୍ଧି ପାଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୨ ଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହୋଇଛି ।
ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪ଜଣ. ଅନୁଗୋଳରୁ ୩ଜଣ, କେନ୍ଦ୍ରାପଡା, ରାୟଗଡା, କଳାହାଣ୍ଡି ଓ ସୁନ୍ଦରଗଡରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗୀର, ବୌଦ୍ଧ, କଟକ, ଦେବଗଡ, ଗଜପତି, ଗଞ୍ଜାମ, କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୭୩କୁ ବୃଦ୍ଧି ପାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫,୮.୬୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୮୨୩୪୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୨ ଜଣଙ୍କର କରୋନା ରେ ମୃତ୍ୟୁ ହୋଇଥିବାବେଳେ ୫୩ଜଣ କରୋନା ଆକ୍ରାନ୍ତଙ୍କର ଅନ୍ୟ ରୋଗରେ ମୃତ୍ୟୁ ହୋଇଛି । ଆଉ ୧୦୪୦୧୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୦୭୬୯୩୧୨ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.