Sunday , March 26 2023
Breaking News
Home / ବିଶେଷ / ଡି. ବ୍ରଦର୍ସ ସହଯୋଗୀ ଭୋଲା ଭଗତ ର ମୃତ୍ୟୁ

ଡି. ବ୍ରଦର୍ସ ସହଯୋଗୀ ଭୋଲା ଭଗତ ର ମୃତ୍ୟୁ

କଟକ, ୧୪/୦୫/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ଗ୍ୟାଙ୍ଗଷ୍ଟାର ଧଳ ସାମନ୍ତ ବ୍ରଦର୍ସ (ଡି. ବ୍ରଦର୍ସ ) ଙ୍କ ସହଯୋଗୀ ଭୋଲା ଭଗତ କଟକ ବଡ଼ ମେଡ଼ିକାଲ ରେ ଚିକିତ୍ସାଧିନ ଅବସ୍ଥରେ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଭୋଲା ୫ ବର୍ଷ ତଳେ ଡି. ବ୍ରଦର୍ସ ମାମଲାରେ ଗିରଫ ହୋଇ ଥିଲା । ଜାମିନ୍ ରେ ଆସି ପୁଣି ଥରେ ଗିରଫ ହୋଇ ଚୌଦ୍ୱାର ଜେଲ ରେ ଥିଲା । ଗୁରୁବାର ଅପରାହ୍ନରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଅକ୍ସିଜେନ୍ ଦିଆଯାଇ କଟକ ବଡ଼ ମେଡ଼ିକାଲ ରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥରେ ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.