Tuesday , December 7 2021
Breaking News
Home / ବିଶେଷ / ଡଃ. ଦେବେନ୍ଦ୍ର ଦାସଙ୍କ ପତ୍ନୀଙ୍କ ବିୟୋଗରେ ଶୋକସଭା

ଡଃ. ଦେବେନ୍ଦ୍ର ଦାସଙ୍କ ପତ୍ନୀଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡ଼ା, ୧୪/୦୫/୨୦୨୧(ଓଡ଼ିଶା ସମାଚାର)- ବଳଦେବ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଡଃ. ଦେବେନ୍ଦ୍ର କୁମାର ଦାସଙ୍କ ଧର୍ମପତ୍ନୀ କ୍ୟାଥରିନ ଦାସଙ୍କ ବିୟୋଗରେ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ନାୟକଙ୍କ ପୌରହିତ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ତାଙ୍କର ଆତ୍ମାର ସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଡଃ. ଦାସ ୧୯୬୪ମସିହା ମେଟ୍ରିକ ବ୍ୟାଚର ଜଣେ ମେଧାବୀ ଛାତ୍ର ଥିଲେ । ସଂପ୍ରତି ଆମେରିକାସ୍ଥିତ ଆଲାସ୍କା ବିଶ୍ୱ ବିଦ୍ୟାଳୟରେ ମେକାନିକାଲ ବିଭାଗରେ କାର୍ଯ୍ୟରତ । ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ଗଠନକରି ବହୁ ସେବା କାର୍ଯ୍ୟ ତଥା ଗରୀବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବୃତି ପ୍ରଦାନ କରିଆସୁଛନ୍ତି । ବଳଦେବ ଉଚ୍ଚ ବିଦ୍ୟାଳୟ ପ୍ରତି ତାଙ୍କର ଅହେତୁକ ମମତା ଥିଲା । ପ୍ରତିବର୍ଷ ୧୦ଜଣ ଛାତ୍ରଛାତ୍ରୀମାନଙ୍କୁ ବୃତି ପ୍ରଦାନ କରୁଛନ୍ତି । ବିଦ୍ୟାଳୟର ବିଜ୍ଞାନଗାର ତଥା ଶୈକ୍ଷିକ ବାତାବରଣର ଅଭିବୃଦ୍ଧି ପାଇଁ ସେ ସର୍ବଦା ସହଯୋଗ କରି ଆସୁଛନ୍ତି । ଉକ୍ତ ଶୋକସଭାରେ ବରିଷ୍ଠ ଶିକ୍ଷକ ନୃସିଂହ ଚରଣ ତ୍ରିପାଠୀ, ରାଷ୍ଟ୍ର୍ରଭାଷା ଶିକ୍ଷକ ତପନ କୁମାର ଦାଶ, ଶିକ୍ଷୟତ୍ରୀ ଝରଣା ମହାପାତ୍ର, ରୁବିନା ପ୍ରଧାନ, କଳ୍ପନା ଲେଙ୍କା ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

  ଜଗତସିଂହପୁର ଠାରେ ୫୯ତମ ବାର୍ଷିକ ହୋମ୍ ଗାର୍ଡ ଦିବସ ପାଳିତ

ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ରିଜର୍ଭ ପୋଲିସ ପ୍ୟାରେଡ୍ ଗ୍ରାଉଣ୍ଡ ପୁନଙ୍ଗ ଠାରେ ୫୯ତମ ବାର୍ଷିକ ହୋମ୍ ଗାର୍ଡ …

Leave a Reply

Your email address will not be published. Required fields are marked *