କେନ୍ଦ୍ରାପଡ଼ା,୧୪/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ଗୁରୁବାର୧୮୫ ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଆଳି ବ୍ଲକରେ ୩ଟି କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶି ବ୍ଲକରେ ୨୫, ଗରଦପୁର ବ୍ଲକରେ୧୫, କେନ୍ଦ୍ରାପଡା ବ୍ଲକରେ ୩୫, ମହାକାଳପଡା ବ୍ଲକରେ ୩୩, ମାର୍ଶାଘାଇ ବ୍ଲକରେ ୨୪ , ପଟ୍ଟାମୁଣ୍ଡାଇ ବ୍ଲକରେ ୧୭, ରାଜକନିକା ବ୍ଲକରେ ୮, ରାଜନଗର ବ୍ଲକରେ ୧୯ ଏବଂ କେନ୍ଦ୍ରାପଡା ପୌରାଂଚଳରେ ୩ ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି । ଜିଲ୍ଲାରେ ଧିରେ ଧିରେ କରୋନା ପଜିଟିଭ ସଂଖ୍ୟା ବଢୁଥିବା ବେଳେ କୋଭିଡ କଟକଣାକୁ ଆହୁରି କଡାକଡି କରାଯିବାର ଆବଶ୍ୟକତା ରହିଛି । ଓଡ଼ିଶା ସମାଚାର