Tuesday , June 6 2023
Breaking News
Home / କୃଷି / କଳାହାଣ୍ଡି ଜିଲ୍ଲାର ଜୋରାଡ଼ବରା ପେକ୍ସ ର ପ୍ରଥମ ରବି ଧାନ ମଣ୍ଡି ଉଦ୍ଘାଟିତ

କଳାହାଣ୍ଡି ଜିଲ୍ଲାର ଜୋରାଡ଼ବରା ପେକ୍ସ ର ପ୍ରଥମ ରବି ଧାନ ମଣ୍ଡି ଉଦ୍ଘାଟିତ

କଳାହାଣ୍ଡି ,୧୪/୦୫/୨୧ (ଓଡିଶା ସମାଚାର /ସଂଜୟ କୁମାର ସିଂହ) – କଳାହାଣ୍ଡି ଜିଲ୍ଲା ର ଜୋରାଡ଼ବରା ପ୍ରାଥମିକ କୃଷି ସମବାୟ ସମିତି ରେ ଜିଲ୍ଲା ର ରବି ଧାନ ସଂଗ୍ରହ ପାଇଁ ଆଜି ପ୍ରଥମ ଧାନ ମଣ୍ଡି ଉଦ୍ଘାଟିତ ହୋଇଛି । ଉଦ୍ଘାଟନ ଉତ୍ସବରେ ସ୍ଥାନୀୟ ବିଧାୟକ ଭୁପିନ୍ଦ୍ର ସିଂ ଓ ବିଭାଗ ର ସିଏସଓ ସୁରେଶ ପାଣିଗ୍ରାହୀ,ଏସିଏସଓ ଧୂମରାମ ମୁର୍ମୁ,ଏସଏଆରସିଏସ ପ୍ରବୀର କୁମାର ଘୋଷ,ସୁରେନ୍ଦ୍ର ମାଝୀ,ଅର୍ୟ୍ୟ କୁମାର ମୁଦୁଲି,ଏମଆଇ ଶାନ୍ତକର ପ୍ରଧାନ,ସିଇଓ, ଅଭୟପଟ୍ଟନାୟକ,ପର୍ଚେଜ ଅଫିସର ସୁମନ୍ତ କୁମାର ସାହୁ ଙ୍କ ସହ ଚାଷୀ ମକରଧ୍ୱଜ ସାହୁ,ଲିଲେସ ସାହୁ,ଜିତେନ୍ଦ୍ର ସାହୁ,ଲଭି ରଣା, କନ୍ଦର୍ପ ସାହୁ,ସନ୍ତୋଷ ସାହୁ ଏବଂ ଚୌଧୁରୀ ସାହୁ ଉପସ୍ଥିତ ରହି ଭିଡିଓ ମାଧ୍ୟମରେ ମଣ୍ଡି ଉଦ୍ଘାଟନ କରିଥିଲେ। ଖାଲିଆପାଲି ମଣ୍ଡି ରୁ ୧୦୦୦୦ ଓ ଜୋରାଡ଼ବରା,ସାପଲହରା ମଣ୍ଡି ରୁ ୫୦୦୦କ୍ୱିଣ୍ଟାଳ ସର୍ବ ମୋଟ ୧୫୦୦୦ କ୍ୱିଣ୍ଟାଳ ଧାନ ସଂଗ୍ରହ କରିବା ପାଇଁ ଯୋଜନା କରାଯାଇଛି ।ସାପଲହରା ,ବାଞ୍ଜିପଦର ଓ ଜୋରାଡ଼ବରା ଗ୍ରାମ ର ଅନେକ ଚାଷୀ ଙ୍କ ଠାରୁ ଆଜି ପ୍ରଥମ ଦିନରେ ୭୦୦ ପ୍ୟାକେଟ ଧାନ କ୍ରୟ କରାଯାଇଛି ।ଗତ ବର୍ଷ ଖରିଫ ଧାନ ସଂଗ୍ରହ ସମୟ ରେ ଜିଲ୍ଲା ର ଅନେକ ଚାଷୀ ବହୁ ଅସୁବିଧା ର ସମ୍ମୁଖୀନ ହେଇଥିବା ବେଳେ ଜୋରାଡ଼ବରା ପ୍ରାଥମିକ କୃଷି ସମବାୟ ସମିତି ରେ ବହୁ ଅସୁବିଧା ରେ ଧାନ ବିକ୍ରୟ ହୋଇପାରିଥିଲା ତେଣୁ ଅଂଚଳ ର ଚାଷୀ ମାନେ ଜୋରାଡ଼ବରା ପ୍ରାଥମିକ କୃଷି ସମବାୟ ସମିତି ର ସମ୍ପାଦକ ଓ ସହ ସମ୍ପାଦକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଓଡିଶା ସମାଚାର

Leave a Reply

Your email address will not be published.