Monday , March 27 2023
Breaking News
Home / ବିଶେଷ / କରୋନା ସଂକ୍ରମଣ ସମୟରେ ଘର ଘର ବୁଲି ସେବା ଯୋଗାଇଲା ରାଜସ୍ୱ ରଥ

କରୋନା ସଂକ୍ରମଣ ସମୟରେ ଘର ଘର ବୁଲି ସେବା ଯୋଗାଇଲା ରାଜସ୍ୱ ରଥ

କେନ୍ଦ୍ରାପଡ଼ା,୧୪/୦୫/୨୦୨୧(ଓଡ଼ିଶା ସମାଚାର)- କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖାଯାଇ ଜନସାଧାରଣଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ସେବା ଯୋଗାଇଦେବାକୁ ରାଜସ୍ୱ ରଥ ଘର ଘର ବୁଲିବା ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିର୍ଦେଶ କ୍ରମେ ରାଜସ୍ୱ ରଥ ଦ୍ୱାରା ଜନସାଧାରଣଙ୍କ ଘରେ ସେବା ଯୋଗାଇଦେବା ଉଦେଶ୍ୟରେ ଏହି ରଥ କାର୍ଯ୍ୟକରିବା କେନ୍ଦ୍ରାପଡାରେ ଆରମ୍ଭ ହୋଇଛି । କେନ୍ଦ୍ରାପଡା ତହସିଲ ପକ୍ଷରୁ ଗୁରୁବାର ରାଜସ୍ୱ ରଥ ବାହାରି ସାହାସପୁର, ଭରତପୁର ଓ ଭଗବାନପୁର ସର୍କଲର ବିଭିନ୍ନ ଗ୍ରାମରେ ଲୋକମାନଙ୍କୁ ଦାଖଲଖାରଜ ମାମଲାର ପଟ୍ଟା, କିଷମ ପରିବର୍ତନର ପଟ୍ଟା ଓ ଅନ୍ୟାନ୍ୟ ସାର୍ଟିଫିକେଟ ପ୍ରଭୃତି ସେମାନଙ୍କ ଘର ପାଖରେ ପହଂଚି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ ନିରଞ୍ଜନ ବେହେରା ଉଦଘାଟନ କରିଥିବା ବେଳେ କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ, ଅତିରିକ୍ତ ତହସିଲଦାର ପ୍ରଫୁଲ୍ଲ ବିଶ୍ୱାଳ, ରାଜସ୍ୱ ପରିଦର୍ଶକ ନଳିନିକାନ୍ତ ପୃଷ୍ଟିଙ୍କ ସମେତ ସାହାସପୁର, ଭରତପୁର ଏବଂ ଭଗବାନପୁର ସର୍କଲର ରାଜସ୍ୱ ନିରୀକ୍ଷକମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.