Sunday , March 26 2023
Breaking News
Home / ବିଶେଷ / କରୋନା ରେ ଦେହାନ୍ତ ହୋଇଥିବା ମରଶରୀରକୁ ସଂସ୍କାର କଲେ ସ୍ଥାନୀୟ ପ୍ରଶାସନ

କରୋନା ରେ ଦେହାନ୍ତ ହୋଇଥିବା ମରଶରୀରକୁ ସଂସ୍କାର କଲେ ସ୍ଥାନୀୟ ପ୍ରଶାସନ

ସାଲେପୁର,୧୪/୦୫/୨୦୨୧(ଓଡିଶା ସମାଚାର /ଅଭୟ ଜେନା )ସାଲେପୁର ବ୍ଲକ ବୋଦାମୁଣ୍ଡାଇ ଗ୍ରାମ ପିକୋଳ ପଂଚାୟତ ଓ ବାରିଗୋଳ ପଞ୍ଚାୟତ ମଧ୍ୟସ୍ଥଳୀ ସ୍ୱର୍ଗତ ହରିହର ସାହୁ ଙ୍କ ପତ୍ନୀ ପ୍ରମିଳା ସାହୁଙ୍କ କରୋନା ରେ ଦେହାନ୍ତ ହୋଇଛି। ଓଡିଶା କୁ ଆସିଥିବା କରୋନା ଦ୍ଵିତୀୟ ଲହରି ଏତେ ଭୟଙ୍କର ଯେ ଲୋକଙ୍କ ଜୀବନ ନେବାକୁ ପଛଉନାହିଁ । ପ୍ରମିଳା ହଠାତ ଦେହଖରାପ ହେବାରୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଯାଇ କୋଭିଡ ଟେଷ୍ଟ କରିଥିଲେ । ସେଠାରେ ତାଙ୍କର ରିପୋର୍ଟ ରେ ପଜେଟିଭ ଆସିଲା ପରେ ଡାକ୍ତର ତାଙ୍କୁ ହୋମ କ୍ୱାରେନଟାଇନ ରେ ରହିବାକୁ ପରାମର୍ଶ ଦେଇଥିଲେ । ପ୍ରମିଳା ଘରେ ରହିବା ସମୟରେ ହଠାତ ଶ୍ବାସରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। କରୋନାର ଭୟରେ ମୃତଦେହ କୁ ଦାହ ସଂସ୍କାର ପାଇଁ ରାଜିହୋଇନଥିଲେ ଘରଲୋକ କିମ୍ୱା ଗ୍ରାମବାସି । ସାଲେପୁର ପ୍ରଶାସନ ଶବକୁ କାନ୍ଧ ଦେଇଥିଲେ । ସାଲେପୁର ତହସିଲଦାର ଦିବ୍ୟଜୋତି ସ୍ମୃତିରଞ୍ଜନ ଦେଓ, ବିଡ଼ିଓ ଦେବରାଜ ସେଠି,ସାଲେପୁର ଆଇ ଆଇସି ବିଜୟକୁମାର ବିଶି, ଆସିଷ୍ଟାଣ୍ଟ ଇଞ୍ଜିନିଅର ବିଭୁତି ଭୂଷଣ ନାଏକ, ବାରିଗୋଳ ନିର୍ବାହୀ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ବାରିକ, ବାରିଗୋଳ ସରପଞ୍ଚ ପ୍ରତିନିଧି ସୁନୀଲକୁମାର ମହାପାତ୍ର, ପିକୋଳ ସରପଞ୍ଚ ରଞ୍ଜିତ କୁମାର ଦାସ ଶବକୁ କାନ୍ଧ ରେ ନେଇ ଶବସଂସ୍କାର କରିଥିଲେ । ଏହି ଦୁଃଖଦ ଖବର ପାଇ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା,ଭାଇସ ଚେୟାରମ୍ୟାନ ରମେଶ ଜେନା,ଆତ୍ମାର ସଭାପତି ଦିଲ୍ଲୀପ ଦାଶ ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.