ପାଟକୁରା, ୧୪/୦୫/୨୦୨୧(ଓଡ଼ିଶା ସମାଚାର)- ଚଳିତ ବର୍ଷ କରୋନା ଛଡ଼଼ାଇ ନେଇଛି ଇଦ୍ ର ଖୁସି । ସମୂହ ନମାଜ ପାଠ ବନ୍ଦ୍ । ନିଜ ଘରେ କଲେ ନମାଜ ପାଠ । ସମ୍ପ୍ରତି ରାଜ୍ୟରେ କରୋନା ମହାମାରୀ ପରିସ୍ଥିତିରେ କରୋନାକୁ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ୧୪ ଦିନିଆ ଲକ ଡ଼ାଉନ୍ ଘୋଷଣା କରିଛନ୍ତି । ରମଜାନ୍ ମାସ ହେଉଛି ମୁସଲିମ ସମ୍ପ୍ରଦାୟର ସବୁଠାରୁ ଧାର୍ମିକ ମାସ । ମାସ ସାରା ଓଷା ରଖି ଇଦ୍ ପଦର୍ବରେ ନୂଆ ବସ୍ତ୍ର ପରିଧାନ କରି ମସଜିଦ କିମ୍ବା ଇଦଗା ମାନଙ୍କରେ ସମୂହ ନମାଜ ପାଠ କରାଯାଇଥାଏ । ନମାଜ ପାଠ ପରେ ଦୁଃଖି ରଙ୍କିଙ୍କୁ ମଧ୍ୟ ଦାନ କରିଥାନ୍ତି । ନମାଜ ପାଠ ପରେ ହିନ୍ଦୁ ଓ ମୁସଲିମ ଭାଇମାନେ ପରସ୍ପରକୁ ଇଦ ମୁବାରକ ଜଣାଇଥାନ୍ତି । ରାଜନେତା ମାନେ ମଧ୍ୟ ଏହି ଅବସରରେ ମସଜିଦ ମାନଙ୍କରେ ପହଂଚି ମୁସଲିମ ଭାଇ ମାନଙ୍କୁ ଇଦ ର ଶୁଭେଛା ଜଣାଇଥାନ୍ତି । ଏହା ହେଉଛି ଭାଇ ଚାରାର ନିଦର୍ଶନ । ତେବେ ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ଲକଡ଼ାଉନ ଜାରି ରହିଥିବାରୁ ମସଜିଦ କିମ୍ବା ଇଦଗା ମାନଙ୍କରେ ସମୂହ ନମାଜ ପାଠ ହେଇନାହିଁ । ପାଟକୁରା, ତଳକୁସୁମା, ତେଣ୍ଡାକୁଡ଼ା, ନଇନପୁର, ପଳସୁଧା ଆଦି ଅଂଚଳରେ ଥିବା ମୁସଲିମ ଭାଇମାନେ ନିଜ ନିଜ ଘରେ ରହି ନମାଜ ପାଠ କରିଛନ୍ତି । ହେଲେ ମସଜିଦ ନିକଟରେ ହିନ୍ଦୁ ମାନେ ଓ ରାଜନେତାମାନେ ଇଦ ର ଶୁଭେଛା ଜଣାଇବାକୁ ଯାଇନାହାନ୍ତି । ଦୁଃଖି ରଙ୍କିମାନଙ୍କୁ ମଧ୍ୟ ଦେଖିବାକୁ ମିଳିନାହିଁ । କେବଳ ଗରଦପୁର ତହସିଲରେ ଯୋଗଦେଇଥିବା ନୂତନ ତହସିଲଦାର ଅଶୋକ କୁମାର ବେହେରା କେତେକ ମୁସଲିମ ବସ୍ତିକୁ ଯାଇ ମୁସଲିମ ଭାଇ ମାନଙ୍କୁ ଇଦ ର ଶୁଭେଛା ଜଣାଇବା ସହିତ ମାସ୍କ ପରିଧାନ କରିବା, ସମାଜିକ ଦୂରତା ରକ୍ଷା କରିବା ଆଦି କୋଭିଡ଼ ନୀୟକ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ଓଡ଼ିଶା ସମାଚାର