Monday , December 6 2021
Breaking News
Home / ବିଶେଷ / ହେଲମେଟ ଓ ମାସ୍କ ଚେକିଙ୍ଗ: ୬ହଜାର ୩ଶହ ଜୋରିମାନା ଆଦାୟ

ହେଲମେଟ ଓ ମାସ୍କ ଚେକିଙ୍ଗ: ୬ହଜାର ୩ଶହ ଜୋରିମାନା ଆଦାୟ

ନିରାକାରପୁର, ୧୩/୦୫/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପୋଲିସ ତରଫରୁ ବୁଧବାର ନିରାକାରପୁର ଗେଟବଜାର ତଥା ନୂଆ ଜଗନ୍ନାଥ ସଡ଼କରେ ମାସ୍କ ଓ ହେଲମେଟ ଚେକିଙ୍ଗ ଜୋରଦାର କରାଯାଇଥିଲା । ହେଲମେଟ ଓ ମାସ୍କ ପିନ୍ଧି ନଥିବା ଲୋକଙ୍କଠାରୁ ଜୋରିମାନା ବାବଦକୁ ୬ ହଜାର ୩ଶହ ଟଙ୍କା ଆଦାୟ କରାଯାଇଥିବାବେଳେ ମାସ୍କ ପିନ୍ଧି ନଥିବା ଲୋକମାନଙ୍କୁ ତାଗିଦ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରି ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଅଯାଇଥିଲା । ଏହି ଧରପଗଡ଼ ନିରାକାରପୁର ଆଇଆଇସି ଭବାନୀ ଶଙ୍କର ଖୁଂଟିଆଙ୍କ ନିର୍ଦ୍ଧେଶରେ ଏସଆଇ ବିଚିତ୍ରାନନ୍ଦ ପରିଡ଼ା ଓ ଏଏସଆଇ ଶରତ ଚନ୍ଦ୍ର ପାଇକରାୟ , ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ । ଏହି ଧରପଗଡ଼ ପରେ ଗାଡ଼ି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ସେହିପରି ରେଳବାଇ ପୋଲିସ ରେଳଫାଟକ ତଳେ ଗଳି ଯାଉଥିବା ଲୋକଙ୍କଠାରୁ ଫାଇନ ଆଦାୟ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *