କଳାହାଣ୍ଡି, ୧୩/୦୫/୨୦୨୧(ଓଡ଼ିଶା ସମାଚାର)- କରୋନା ପୀଡ଼ା ରେ ଚାଲିଯାଉଛି ହଜାର ହଜାର ଲୋକଙ୍କ ଜୀବନ।ମୃତଦେହ କୁ ମିଳୁ ନାହିଁ ଚାରି କାନ୍ଧ।ହୋଇପାରୁନାହିଁ ରୀତି ନୀତି ରେ ଶବ ସତ୍କାର। ନିଜ ପୁଅ କିମ୍ବା ପଡୋଶୀ ମଧ୍ୟ ମୃତ ଶବ ପାଖ ମାଡୁ ନାହାନ୍ତି ।
ଏମିତି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ବେଲଖଣ୍ଡୀ ପଞ୍ଚାୟତ ଅଧୀନ ସାହାଯପାଟି ଗ୍ରାମରେ। ଏହି ଗ୍ରାମର ଦୟାନିଧି ଚୌଧୁରୀ ଙ୍କ ମୃତ୍ୟୁ ଘଟିଥିଲା । ହେଲେ କରୋନା ଭୟରେ ନିଜ ପରିବାର ସମେତ କୌଣସି ଲୋକ ଶବ ସତ୍କାର ପାଇଁ ଆସିଁ ନ ଥିଲେ।
କେସିଙ୍ଗା ବିଡ଼ିଓ ଏହି ଖବର ପାଇ ସଙ୍ଗେ ସଙ୍ଗେ ତହସିଲଦାର , ପଲମ ଫାଣ୍ଡି ଅଧିକାରୀ ଓ ସ୍ଵର୍ଗଦ୍ଵାର ସଂଗଠନ ର ମୁଖ୍ୟ ସମାଜ ସେବୀ ମନୋଜ ପଟ୍ଟନାୟକ ଙ୍କ ସହ ଶବ ସତ୍କାର ପାଇଁ ଆଗେଇ ଆସିଥିଲେ। ନିଜେ ପ୍ରଶାସନ ଓ ସ୍ଵର୍ଗଦ୍ଵାର ସଂଗଠନର କର୍ମକର୍ତ୍ତା କାଠ,ଗାଡ଼ି ସବୁ ଯୋଗାଡ଼ କରି ଶବ ଦାହ ବ୍ୟବସ୍ଥା କରିଥିଲେ।
ସ୍ଵର୍ଗଦ୍ଵାର ସଂଗଠନ ର ମନୋଜ ପଟ୍ଟନାୟକ,ମନୋଜ ଷଡ଼ଙ୍ଗୀ,ସାଜନ୍ ଅଗ୍ରୱାଲ, ସରୋଜ ସାହୁ , ରିଂଜା ଗ୍ରାମର ଜନୈକ ସମାଜ ସେବୀ ତଥା ସାମ୍ବାଦିକ ରୋହିତ ସାହୁ ,ବିଡ଼ିଓ ଏବଂ ତହସିଲଦାର ଙ୍କ ଉପସ୍ଥିତି ରେ ଶବ ଦାହ କରାଯାଇଥିଲା।
କେସିଙ୍ଗା ବିଡ଼ିଓ ଏବଂ ତହସିଲଦାର ତଥା ସ୍ଵର୍ଗଦ୍ଵାର ସଂଗଠନ ର ଏଭଳି କାର୍ୟ୍ୟକୁ ଲୋକେ ପ୍ରଶଂସା କରିଛନ୍ତି। ଓଡିଶା ସମାଚାର