କଳାହାଣ୍ଡି, ୧୩/୦୫/୨୦୨୧(ଓଡ଼ିଶା ସମାଚାର)- ୧୪ ବର୍ଷରୁ କମ୍ ବୟସ ଶିଶୁ ଙ୍କୁ କୌଣଷି କାମରେ ନିୟୋଜିତ ନକରିବା ପାଇଁ ସରକାରୀ ଆଇନ ରହିଛି । ହେଲେ ଆଇନ ଆଖିରେ ଆଙ୍ଗୁଠି ଦେଇ ଅଧିକାଂଶ ସ୍ଥାନରେ ଶିଶୁଙ୍କୁ କଠିନ କାମରେ ଲଗାଯାଉଛି । ଗ୍ରୀଷ୍ମ ରୁତୁର ଦିନ ଦି ପହରେ ଧୁଁ ଧୁଁ ଖରାରେ କେହି ପଦାକୁ ଗୋଡ କାଢ଼ୁ ନଥିବା ବେଳେ କୋମଳମତୀ ଶିଶୁ ମାନଙ୍କୁ କେନ୍ଦୁପତ୍ର ଫଡି ଗୋଟାଇବାରେ ନିୟୋଜିତ କରାଯାଉଥିବା ନଜରକୁ ଆସିଛି । କରୋନା ଭଳି ସଙ୍ଗିନ ମହାମାରୀ ସମୟରେ ଦେଶ ସଂକଟ ସମୟ ଦେଇ ଗତି କରୁଛି । ଏଥିରୁ ରକ୍ଷା ପାଇବା ପାଇଁ ସରକାର ଲକ ଡ଼ାଉନ୍ ଘୋଷଣା କରୀିଛନ୍ତି । ଜରୁରୀ କାମ ନଥିଲେ ଘରେ ରହିବାକୁ କହିଛନ୍ତି ସରକାର । ହେଲେ ଏଭଳି ସ୍ଥିତିରେ ଏହି ଶିଶୁ ଶ୍ରିମକଙ୍କ ତୁଣ୍ଡରେ ତୁଣ୍ଡି ନାହିଁ କି ହାତରେ ଦସ୍ତାନା ବା ହାତ ମୋଜା ନାହିଁ । ଶିଶୁ ଶ୍ରମିକ ଙ୍କୁ କାର୍ୟ୍ୟରେ ନିୟୋଜିତ କରିଛନ୍ତି କେନ୍ଦୁ ପତ୍ର ଫଡିର ମୁନସି । ଏଭଳି ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା କେନ୍ଦୁଲିଫ୍ ରେଞ୍ଜ ଅନ୍ତର୍ଗତ ଯୋରାଡବରା କେନ୍ଦୁ ପତ୍ର ଫଡିରେ । ପାଠ ବଦଳରେ ବେଆଇନ ଭାବେ କେନ୍ଦୁ ପତ୍ର ଫଡି ଗୋଟାଇବା କାର୍ୟ୍ୟରେ ନିୟୋଜିତ କରିଛନ୍ତି କେନ୍ଦୁ ପତ୍ର ଫଡିର ମୁନସି ହୃଷିକେଶ ଡାଣ୍ଡ । ଏହି ଶିଶୁ ଶ୍ରମିକ ନିୟୋଜନ ପଛରେ ରହିଛି ମୁନସିଙ୍କ ର ମୁନାଫାଖୋର ମନବୃତ୍ତି । କେନ୍ଦୁପତ୍ର ଫଡି ଗୋଟାଳିଙ୍କୁ କେରି ସଂଖ୍ୟା ହିସାବରେ ମଜୁରୀ ଦିଆ ଯାଉଥିବା ବେଳେ ଏହି ଶିଶୁ ଶ୍ରମିକ ମାନଙ୍କୁ ୫-୬ ଘଣ୍ଟା କାର୍ୟ୍ୟରେ ନିୟୋଜିତ କରାଯାଉଛି । ତେବେ ଏହି ଶିଶୁ ଶ୍ରମିକ ମାନଙ୍କୁ କେତେ ଟଙ୍କା ପାରିଶ୍ରମିକ ଦିଆ ଯାଉଛି ତାହା ମଧ୍ୟ ଜଣା ନଥିବା ପ୍ରକାଶ କରିଛନ୍ତି ଶିଶୁ ଶ୍ରମିକ । ଶିଶୁ ଶ୍ରମିକଙ୍କୁ କେନ୍ଦୁପତ୍ର ଫଡି ଗୋଟାଇବାରେ ନିୟୋଜିତ କରିବା କଥା କୁ ସ୍ବିକାର କରିଛନ୍ତି ମୁନସି ହୃଷିକେଶ ଡାଣ୍ଡ । ତେବେ ଏନେଇ କେସିଙ୍ଗା କେନ୍ଦୁଲିଫ୍ ବିଭାଗୀୟ ଅଧିକାରୀ ଙ୍କୁ ଫୋନ ଯୋଗେ ପଚାରିବାରୁ ମୁଁ କିଛି ଜାଣି ନାହିଁ ତାହା ମୁନସି ଙ୍କୁ କହିବି ଏବଂ ଏହି ଖବର ତାଙ୍କ ନଜର କୁ ଆସିନାହିଁ । ଏଭଳି ମନ୍ତବ୍ୟ ଦେଇ ନିଜ ମୁଣ୍ଡରୁ ଖସାଇ ଦେଇଛନ୍ତି ଫରେଷ୍ଟର୍ ଶ୍ରୀ ଶବର ବାବୁ । ଅନ୍ୟପଟେ ମ.ରାମପୁର ରେଞ୍ଜ ଅଧିନରେ ଥିବା କୁଟୁଲୁପଲା କେନ୍ଦୁ ପତ୍ର ଫଡିର ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । କଳାହାଣ୍ଡି ନର୍ଥ୍ ଡି.ଏଫ୍.ଓ କହିଛନ୍ତି ଶିଶୁ ଶ୍ରମିକଙ୍କୁ ନିୟୋଜିତ କରିବା ପାଇଁ କୌଣଷି ନିର୍ଦେଶ ନାହିଁ । ଏଭଳି ଖବର ତାଙ୍କ ନଜର କୁ ଆସିନାହିଁ । ଖବର ଆସିଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଓଡିଶା ସମାଚାର