ନିରାକାରପୁର, ୧୩/୦୫/୨୦୨୧(ଓଡ଼ିଶା ସମାଚାର)- ନିରାକାରପୁର ଶ୍ରୀରାମଦୟା ପରିଷଦ ତରଫରୁ ବିଶିଷ୍ଟ ଶିଳ୍ପୀ ଗୁରୁ ରଘୁନାଥ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ସଭାପତି ପଦ୍ମନାଭ ଦାସଙ୍କ ଅଧ୍ୟକ୍ଷତାରେ ଉପସଭାପତି ସତ୍ୟବାଦୀ ବଳବନ୍ତରାୟ, ଡ଼. ମୃତ୍ୟୁଞ୍ଜୟ ରଥ, ସଂପାଦକ ଗଙ୍ଗାଧର ତ୍ରିପାଠୀ, ସହସଂପାଦକ ରମାନାଥ ଦାଶ, ସାରଙ୍ଗଧର ବଳିୟାରସିଂହ, ଲ୍ଲକ୍ଷ୍ମୀଧର ସାମନ୍ତରାୟ, ପ୍ରକାଶ କୁମାର ଦାଶ ଓ ଡ଼. ପୂର୍ଣ୍ଣଚନ୍ଦ୍ର ଦାଶ, ପ୍ରଭୃତି ଉପସ୍ଥିତ ରହି ଡ଼. ରଘୁନାଥ ମହାପାତ୍ରଙ୍କ ସ୍ମୃତିଚାରଣ କରିବା ସହ ଆତ୍ମାର ସଦଗତି ପାଇଁ ଦୁଇମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ସୂଚନାଯୋଗ୍ୟ କି ସଙ୍କଟ ମୋଚନ ପାଠାଗାର ପାଇଁ ସ୍ୱର୍ଗତ ମହାପାତ୍ର ତାଙ୍କ ରାଜ୍ୟସଭା ପାଣ୍ଠିରୁ ଦଶଲକ୍ଷ ଟଙ୍କା ସହାୟତା ଦେଇଥିଲେ ଓ ଦୁଇମାସ ତଳେ ପରିଷଦର ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥିଭାବେ ଯୋଗଦାନ କରିଥିଲେ । ଓଡ଼ିଶା ସମାଚାର