Saturday , June 3 2023
Breaking News
Home / ବିଶେଷ / ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କାର୍ଯ୍ୟକାରୀ ହେଉନି, ସାମ୍ବାଦକଙ୍କୁ ଠିକ୍ ଭାବେ ମିଳୁନିି ଟିକା, ପ୍ରତିଦିନ ଆସୁଛି ସାମ୍ବାଦିକଙ୍କ ମୃତୁ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କାର୍ଯ୍ୟକାରୀ ହେଉନି, ସାମ୍ବାଦକଙ୍କୁ ଠିକ୍ ଭାବେ ମିଳୁନିି ଟିକା, ପ୍ରତିଦିନ ଆସୁଛି ସାମ୍ବାଦିକଙ୍କ ମୃତୁ୍ୟ ଖବର

ଭୁବନେଶ୍ୱର,୧୩/୦୫/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କୁ କରୋନାର ଆଗ ଧାଡ଼ିର ଯୋଦ୍ଧା ଘୋଷଣା କଲେ । ଏହି ଯେଦ୍ଧାମାନଙ୍କୁ ନିୟମ ଅନୁଯାୟୀ ପ୍ରାଥମିକତା ଦୃଷ୍ଟିରୁ ଟିକା ପ୍ରଦାନ କରାଯିବା ଉଚିତ । ହେଲେ ସାମ୍ବାଦିକଙ୍କୁ ଟିକା ପ୍ରଦାନ ବେଳେ ସ୍ଥାନୀୟ ପ୍ରଶାସନ ଅବହେଳା କରୁଛି । ଏହାର ଉଦାହରଣ ରାଜଧାନୀରେ ମାତ୍ର ୯୭୦ଜଣ ସାମ୍ବାଦିକଙ୍କୁ ଟିକା ପ୍ରଦାନ କରାଯାଇଛି । ସରକାରଙ୍କ ସ୍ୱାସ୍ଥ୍ୟ ବୀମାରେ ୬୯୪୪ଜଣଙ୍କ ନାମ ରହିଥିବା ବେଳେ ବହୁ ସାମ୍ବାଦିକ ଏହି ତାଲିକାରେ ନାହାଁନ୍ତି । ରାଜଧାନୀରେ ଅତି କମ୍ ରେ ଓଡ଼ିଆ, ଇଂରାଜୀ ସମେତ ଅନ୍ୟାନ୍ୟ ଭାଷାରେ ଦୈନିକ ୮୦ରୁ ଉର୍ଦ୍ଧ ସମ୍ବାଦପତ୍ର ରହିଛି । ଅନେକ ବୈଦ୍ୟୁତିକ ଗଣମାଧ୍ୟମ, ୱେବ ଚ୍ୟାନେଲର ପ୍ରତିନିଧି ଗଣ ଓ ସମ୍ବାଦିକ ରାଜଧାନୀରେ ରହୁଛନ୍ତି । କାର୍ଯ୍ୟ ଅଧିକ ଥିବାରୁ କେହି କେହି ଭୁବନେଶ୍ୱର ଟିକା କେନ୍ଦ୍ରକୁ ମଧ୍ୟ ଆସିପାରି ନାହଁନ୍ତି । ଏଥିସହ ବହୁ ସାମ୍ବାଦିକ ପ୍ରଥମ ଟିକା ହସ୍ପିଟାଲରେ ନେଇଛନ୍ତି । ହେଲେ ମାତ୍ର ୩ଦିନ ଶିବିର ପଡ଼ିବାରୁ ୯୭୦ଜଣ ସାମ୍ବାଦିକଙ୍କୁ ଟିକା ଦିଆଯାଇଥିଲା । ଆହୁରି ବହୁ ସାମ୍ବାଦିକ ଟିକା ନେବାରୁ ବଂଚିତ ରହିଛନ୍ତି । ସ୍ଥାନୀୟ ପ୍ରଶାସନର ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଏନେଇ ଜଣାଲେ ମଧ୍ୟ କେହି ଶୁଣିବାକୁ ନାରାଜ । ଏପରକି ବହୁ ସ୍ଥାନରେ ଟିକା ପାଇଁ କୂପନ ବିକ୍ରି ହୋଉଥିବା ଅଭିଯୋଗ ଆସୁଛି । ଏନେଇ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ସ୍ୱାସ୍ଥ୍ୟ ସଚିବ, ଗଣମାଧ୍ୟମ ବିଭାଗ ଉପଦେଷ୍ଟା ଏଥି ପ୍ରତି ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ସାମ୍ବାଦିକ ମିଳିତ ମଂଚ ପକ୍ଷରୁ ଦାବି କରାଯାଇଛି । ସେହିପରି ବୀମାରେ ନାମ ନଥିବା ସାମ୍ବାଦିକଙ୍କୁ ଓ ସାମ୍ବାଦିକ ପରିବାର ସଦସ୍ୟଙ୍କୁ ଟିକା ପ୍ରଦାନ ସହ ସାମ୍ବାଦିକମାନଙ୍କ ପାଇଁ ଦୁଇ ମାସିକିଆ ଶିିବିର ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ମଂଚର ଆବାହକ ଲିଙ୍ଗରାଜ ସାହୁ, ଆଲ୍ଫା ରାୟ, ଚଣ୍ଡି ପ୍ରସାଦ ରଣସିଂହ, କିଶନ ବରାଇ, ହେମନ୍ତ ତିୱାରୀ, ଶୁକାନ୍ତ ରାଉତ, ବିଜୟ ଖୁଂଟିଆ, ଅଭିଷେକ ମହାନ୍ତି, ଅଶୋକ ମହାନ୍ତି , ଦେବାଶିଷ ରଥ, ଲିପ୍ସା ନାୟକ ପ୍ରମୁଖ ଦାବି ଜଣାଇଛନ୍ତ । ସେମାନେ କହିଛନ୍ତିି ଏହି ଯୋଦ୍ଧା ବହୁ କ୍ଷେତ୍ରରେ ଅବହେଲା ହେଉଛନ୍ତି । ସମ୍ମୁଖ ଯୋଦ୍ଧା ମାନଙ୍କ ପାଇଁ ଯେପରି ମୃତୁ୍ୟରେ ୫୦ଲକ୍ଷ ଟଙ୍କା ଘୋଷଣା ରହିଛି ସେହିପରି ସାମ୍ବାଦିକଙ୍କ କ୍ଷେତ୍ରରେ ୧୫ଲକ୍ଷକୁ ୫୦ଲକ୍ଷ ଘୋଷଣା ହେବା ପାଇଁ ନିବେଦନ କରାଯାଇଛି । କରୋନାର ଦ୍ୱିତୀୟ ଲହରୀରେ ଓଡ଼ିଶାରେ ବହୁ ସାମ୍ବାଦିକ ପ୍ରାଣ ହରାଇଲେଣି । ବହୁ ସାମ୍ବାଦିକ ଏହି ରୋଗରେ ଆକ୍ରାନ୍ତ ହେଲେଣି । ଏଥି ପାଇଁ ସତର୍କ ରହି କାର୍ଯ୍ୟ କରିବାକୁ ନିବେଦନ କରାଯାଇଛି । ସ୍ୱର୍ଗପ୍ରାପ୍ତି ହୋଇଥିବା ସାମ୍ବାଦିକଙ୍କୁ ସାମ୍ବାଦିକ ମିଳିତ ମଂଚ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସେହିପରି ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ପୁଣି ଦାବି ଦୋହରାଇଛି ସାମ୍ବାଦିକ ମିଳିତ ମଂଚ । ସାମ୍ବାଦିକଙ୍କ କଲ୍ୟାଣ ପାଣ୍ଠି ବୃଦ୍ଧି କରିବା, ସ୍ୱାସ୍ଥ୍ୟ ବିମାକୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା, ସ୍ୱାସ୍ଥ୍ୟ ବିମାରେ ସାମ୍ବାଦିକଙ୍କ ବାପା ଓ ମା’ଙ୍କୁ ଅନ୍ତର୍ଭୁକ୍ତ କରିବା କିମ୍ବା ସାମ୍ବାଦିକଙ୍କ ବାପା’ମା’ଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଉ । ସେହିପରି ଯେଉଁ ସାମ୍ବାଦିକ କରୋନାରେ ମୃତୁ୍ୟ ବରଣ କରିଛନ୍ତି ସେମାନଙ୍କୁ ୫୦ଲକ୍ଷ ଟଙ୍କା ପ୍ରଦାନ ସହ ସେମାନଙ୍କ ପିଲାଙ୍କୁ ପାଠ ପଢ଼ାଇବା ଦାୟିତ୍ୱ ସରକାର ବହନ କରନ୍ତୁ ବୋଲି ମଂଚ ପକ୍ଷରୁ ଦାବି କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.