ନିଶ୍ଚିନ୍ତକୋଇଲି /ସାଲେପୁର (ଓଡିଶା ସମାଚାର /ଅଭୟ ଜେନା ) – ମହିମା ଧର୍ମ ର ଧର୍ମଗୁରୁ ଲକ୍ଷାଧିକ ମହିମା ଅଲେଖ ଧର୍ମାବଲମ୍ବୀ ମାନଙ୍କ ଆସ୍ଥା ବିଶ୍ୱାସ ର ପ୍ରତୀକ ୧୦୯ ବର୍ଷ ର ଶତାୟୁ ବାବା ବ୍ରହ୍ମବଧୂତ ପ୍ରାଣବନ୍ଧୁ ବାବା ଙ୍କର ନିଶ୍ଚିନ୍ତକୋଇଲି ବ୍ଲକ ରାମକୃଷ୍ଣପୁରର ପାଟପାରି ଠାରେ ଥିବା ଅଲେଖ ମଠ ଠାରେ ବୁଧବାର ସକାଳ ୬.୩୦ ସମୟରେ ଦେହାନ୍ତ ହୋଇଛି । ବାବା ଓଡ଼ିଶା ତଥା ଓଡିଶା ବାହାରେ ବୁଲି ବୁଲି ମହିମା ଧର୍ମର ପ୍ରଚାର ଓ ପ୍ରସାର କରୁଥିଲେ । ଏହି ଦୁଃଖଦ ଖବର ପାଇ ବିଭନ୍ନ ଆଡୁ ବହୁଶିଷ୍ୟ ଶେଷ ଦର୍ଶନ କରିବାକୁ ଆସୁଥିବା ଦେଖିବାକୁ ମିଳିଥିଲା।ଗତ ବର୍ଷ କୋଭିଡ଼ ମୁକାବିଲା ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି କୁ ଦଶ ହଜାର ଟଙ୍କା ବାବା ଦାନ କରିଥିଲେ । ତାଙ୍କ ପରଲୋକ ଖବର ପାଇ ସମଗ୍ର ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି। ସାଲେପୁର ର ପିକୋଳୋ ଠାରେ ମହିମା ଆଶ୍ରମ ପରିସରରେ ବାବାଙ୍କ ମର ଶରୀର କୁ ବହୁ ସାଧୁ ସନ୍ଥ ଓ ଶିଷ୍ୟମାନଙ୍କ ଉପସ୍ଥିତି ରେ ସମାଧିସ୍ଥ କରାଯାଇଛି। ଓଡ଼ିଶା ସମାଚାର
କୋଭିଡ଼ ନିୟମ ପାଳନ କରାଯାଇନାହିଁ