ଭୁବନ ୧୩/୦୫/୨୦୨୧(ଓଡ଼ିଶା ସମାଚାର)- ଭୁବନ ଏନଏସି ଅନ୍ତର୍ଗତ ୪ ନମ୍ବର ୱାର୍ଡ ଥୋରିଆସାହିରେ ବୁଧବାର ଅପରାହ୍ନ ୧ ଘଟିକା ସମୟରେ ଅଚାନକ ଭୂସ୍ଖଳନ ହୋଇ ଏକ କୂଅ ଦବି ଯାଇଥିଲା । ଫଳରେ ବେଢାରେ ଛିଡାହୋଇ ପାଣି କାଢୁଥିବା ଜନୈକା ମହିଳା ଚିତ୍କାର କରିଥିଲେ । ସୌଭାଗ୍ୟକୁ ସେ ବର୍ତିଯାଇଥିଲେ । ଏ ସଂପର୍କରେ ଖବର ପାଇ ଏନଏସି ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ତହସିଲଦାର ପ୍ରଭାସ କୁମାର ବେହୁରା ଙ୍କ ନିର୍ଦ୍ଧେଶକ୍ରମେ କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ରନାଥ ସାହୁ ଘଟଣାସ୍ଥଳ ପରିଦର୍ଶନ କରି ଭୂସ୍ଖଳନ କାରଣରୁ ଏମିତି ହୋଇଥାଇପାରେ ବୋଲି କହିବା ସହ ଯଥାଶୀଘ୍ର ମରାମତି କରିବାକୁ ପ୍ରତିଶୃତି ଦେଇଥିଲେ । ଓଡ଼ିଶା ସମାଚାର