ଭୁବନ ୧୩/୦୫/୨୦୨୧(ଓଡ଼ିଶା ସମାଚାର)- ଭୁବନର ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ପଦ୍ମନାଭ ବେହେରା (ପଦନ ଭାଇ) ଆଉ ନାହାଁନ୍ତି । ଭୁବନେଶ୍ୱରର ଏକ ବେସରକାରୀ ଚିକିତ୍ସାଳୟରେ ଗତକାଲି ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ସେ ଦୀର୍ଘଦିନ ହେଲା ମଧୁମେହ,ହୃଦୟ,ଯକୃତ ରୋଗରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ । ଗତକାଲି ରାତ୍ର ୯ ଘଟିକା ସମୟରେ ତାଙ୍କ ମରଶରୀରକୁ ଭୁବନ ଅଣାଯିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଅନ୍ତିମ ଦର୍ଶନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ତାଙ୍କୁ ନିଜସ୍ୱ ମା ଚଣ୍ଡୀ ଷ୍ଟୋନ କ୍ରସର ୟୁନିଟ ପରିସରରେ ଅନ୍ତିମ ସଂସ୍କାର କରାଯାଇଥିଲା । ସ୍ୱର୍ଗତ ପଦ୍ମନାଭ ଭୁବନରେ ସର୍ବପ୍ରଥମେ ଏକ କ୍ରସର ୟୁନିଟ ପ୍ରତିଷ୍ଠା କରିବା ପରେ ସିମେଣ୍ଟ ଇଟା ବ୍ୟବସାୟ ମଧ୍ୟ କରିଥିଲେ । ବଡହାଟ ଲକ୍ଷ୍ମୀପୂଜା କମିଟି,ବାବା ବୁଦ୍ଧେଶ୍ୱର ମନ୍ଦିର ପରିଚାଳନା କମିଟି,ମା କାଲୁଣୀ ମନ୍ଦିର କମିଟି ସମେତ ବହୁ ଅନୁଷ୍ଠାନରେ ସେସକ୍ରିୟ ଭାବେ ଜଡିତ ଥିଲେ । ଜଣେ ଅତ୍ୟନ୍ତ ଶାନ୍ତ, ସରଳ, ପରୋପକାରୀ, ସ୍ନେହୀ, ଦୟାଳୁ ବ୍ୟକ୍ତି ଥିଲେ । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ୭ ରୁ ୭୦ ସଭିଙ୍କ ପ୍ରିୟ ‘ପଦନ ଭାଇ’ ଭାବେ ପରିଚିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର