Tuesday , March 28 2023
Breaking News
Home / ବିଶେଷ / ବିଦ୍ୟୁତ ଯୋଗାଇ ଦେବା ପାଇଁ ସାଧାରଣ ରେ ଦାବି

ବିଦ୍ୟୁତ ଯୋଗାଇ ଦେବା ପାଇଁ ସାଧାରଣ ରେ ଦାବି

କଳାହାଣ୍ଡି , ୧୩/୦୫/୨୦୨୧(ଓଡ଼ିଶା ସମାଚାର / ସଞ୍ଜୟ ସିଂହ)- ସାମାନ୍ୟ ଝଡ ପବନ ହେଲେ ବିଦ୍ୟୁତ ସେବା ବିଛିନ୍ନ ହେଇ ଯାଉଥିବା ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଜୟପାଟଣା ବ୍ଲକ ପାଇଁ ବିଦ୍ୟୁତ କାଟ ନିତି ଦିନିଆ ଘଟଣାରେ ପରିଣତ ହୋଇ ଥିବା ଅଞ୍ଚଳରେ ଅଭିଯୋଗ ହୋଇଛି।ଗତ ଦୁଇ ଦିନ ହେବ ଜୟପାଟଣା ବ୍ଲକ ର ବିଭିନ୍ନ ପଞ୍ଚାୟତ ଓ କାର୍ୟ୍ୟାଳୟରେ ବିଜୁଳି ସଙ୍କଟ ଦେଖା ଦେଇଛି। କିନ୍ତୁ ବିଭାଗ ପକ୍ଷରୁ ଏହାର ନିରାକରଣ ବ୍ୟବସ୍ଥା କରାଯାଉ ନଥିବା ବିଦ୍ୟୁତ ଉପଭୋକ୍ତା ମାନେ ଅଭିଯୋଗ କରିଛନ୍ତି। ଉପଭୋକ୍ତା ମାନେ କହିବା ଅନୁସାରେ ଜୟପାଟଣା ଅନ୍ତର୍ଗତ ବାନେର ଗ୍ରାମ ଠାରେ ୭୯ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଥିବା ୨୨୦/୧୩୨/୩୩ କେଭି ଗ୍ରୀଡକୁ ଗତ ବର୍ଷ ୨ ଅକ୍ଟୋବର ରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ। ଇନ୍ଦ୍ରାବତୀରୁ ଉତ୍ପନ୍ନ ହେଉଥିବା ବିଜୁଳି କଳାହାଣ୍ଡି ବାସି ବିଦ୍ୟୁତ ସେବା ପାଇ ପାରିବେ ବୋଲି ଘୋଷଣା କରିଥିଲେ। କିନ୍ତୁ ବାସ୍ତବ ସ୍ଥିତି ଅଲଗା । ୩୩ କେଭି ଲାଇନର ନିର୍ମାଣ କାର୍ୟ୍ୟ ଅତି ନିମ୍ନ ମାନର ହୋଇଥିବାରୁ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେଉଥିବାରୁ ଅଞ୍ଚଳରେ ବିଦ୍ୟୁତ ସମସ୍ୟା ଦୂର କରିବାକୁ ସଧାରଣ ରେ ଦାବି ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.