Saturday , June 3 2023
Breaking News
Home / ବିଶେଷ / ପୋଖରୀରେ ବୁଡି ବୃଦ୍ଧ ମୃତ

ପୋଖରୀରେ ବୁଡି ବୃଦ୍ଧ ମୃତ

ଭୁବନ ୧୩/୦୫/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ଗ୍ରାମରେ ପୋଖରୀରେ ବୁଡିଯାଇ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,ମହୁଲପାଳ ଗ୍ରାମ ଜଗଦାପଡା ସାହିର ମୁରଲୀଧର ସାହୁ (୬୧) ଆଜି ମଧ୍ୟାହ୍ନ ୧୨ ଟା ସମୟରେ ପୋଖରୀକୁ ଗାଧୋଇବା ପାଇଁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ନଫେରିବାରୁ ଘର ଲୋକ ଖୋଜାଖୋଜି କରିଥିଲେ । ଶେଷରେ ପୋଖରୀରେ ତାଙ୍କ ଶବ ଭାସୁଥିବା ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଶବ ଉଦ୍ଧାର କରାଯାଇଥିଲା । ଏ ସଂପର୍କରେ ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଁଚି ଶବ କୁ ବ୍ୟବଚ୍ଛେଦ ନିମନ୍ତେ ଭୁବନ ଡାକ୍ତରଖାନାକୁ ଆଣିଥିଲା । ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ଭୁବନ ଥାନାରେ କେଶ ନଂ-୬/୨୦୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.