Monday , December 6 2021
Breaking News
Home / ବିଶେଷ / ପିଡିଏସ୍ କେନ୍ଦ୍ରରେ ବାୟୋମେଟ୍ରିକ୍ ବନ୍ଦ ରଖିବାକୁ ଦାବି

ପିଡିଏସ୍ କେନ୍ଦ୍ରରେ ବାୟୋମେଟ୍ରିକ୍ ବନ୍ଦ ରଖିବାକୁ ଦାବି

ଗରଦପୁର, ୧୩/୦୫/୨୦୨୧(ଓଡ଼ିଶା ସମାଚାର)-କରୋନା ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମଗ୍ର ରାଜ୍ୟରେ ୧୪ଦିନିଆ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏଥି ସହିତ କରୋନା କଟକଣାକୁ ସମସ୍ତେ କଡାକଡି ଭାବରେ ପାଳନ କରିବାକୁ ପ୍ରଶାସନ ପକ୍ଷରୁ କହାଯାଇଛି । ବିଶେଷ କରି ସାମାଜିକ ଦୁରତ୍ୱ ରକ୍ଷା କରିବା ଓ ମାସ୍କ ପରିଧାନ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ମାତ୍ର ଏହି ସମୟରେ ଗରଦପୁର ବ୍ଲକ୍ ଅଂଚଳରେ ଥିବା ବିଭିନ୍ନ ପିଡିଏସ୍ କେନ୍ଦ୍ରମାନଙ୍କରେ ଲୋକମାନଙ୍କୁ ରାସନ ସାମଗ୍ରୀ ପ୍ରଦାନ କରାଯାଉଛି ।ରାସନ ସାମଗ୍ରୀ ପ୍ରଦାନ ସମୟରେ ହିତାଧିକରୀମାନଙ୍କ ବାୟୋମେଟ୍ରିକ୍ ନିଆଯାଉଛି । ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ବାୟୋମେଟ୍ରିକ୍ ବ୍ୟବସ୍ଥା ଦ୍ୱାରା ସମସ୍ତ ହିତାଧିକାରୀଙ୍କ ଟିପ ନିଆଯାଉଥିବାରୁ କିଏ ଯଦି କରୋନା ସଙ୍କ୍ରମିତ ହୋଇଥିବ ତେବେ ସମସ୍ତେ ସଂଙ୍କ୍ରମିତ ହେବାର ସମ୍ଭାବନା ରହିଥିବାରୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହୁଛି । ତେଣୁ କୋଭିଡ୍ ମହାମାରୀ ସମୟରେ ବାୟୋମେଟ୍ରିକ୍ ବ୍ୟବସ୍ଥା ବନ୍ଦ ରଖିବାକୁ ଗରଦପୁର ବ୍ଲକ୍ ଅଂଚଳର ବୁଦ୍ଧିଜିବୀମାନେ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *