ଭୁବନ,୧୩/୦୫/୨୦୨୧(ଓଡ଼ିଶା ସମାଚାର)-ଭୁବନର ବିଶିଷ୍ଟ ସମାଜସେବୀ ପଦ୍ମନାଭ ବେହେରା ଙ୍କ ବିୟୋଗରେ ଗତ ସଂଧ୍ୟାରେ ବଡହାଟ ଠାରେ ଲକ୍ଷ୍ମୀପୂଜା କମିଟି ତରଫରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ବିପିନ ବିହାରୀ ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକ ସଭାରେ ବାସୁଦେବ ବେହେରା,ସୁବ୍ରତ ସାହୁ,ଗୋପୀନାଥ ମହାନ୍ତି,ଅନୁକୂଳ ପୋଥାଳ,ମଙ୍ଗୁଳି ଚରଣ ସାହୁ,ଭରତ ପୃଷ୍ଟି,ବିଳାସ ସାମଲ,ମାୟାଧର ଗୁରୁ,ଅରୁଣ କୁମାର ସାହୁ ପ୍ରମୁଖ ବହୁ ବ୍ୟକ୍ତି ଯୋଗଦେଇ ଅମରଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରିବା ସହ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପଦନ ଭାଇ ଅମର ରହେ ନାରାବାଜି କରାଯାଇଥିଲା । ବିନୋଦ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର