ଭୁବନ,୧୩/୦୫/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଗଡନୃସିଂହପ୍ରସାଦ ପଂଚାୟତର ପଳାସପିଠିଆ ଗୋଡା ସ୍ଥିତ ପଂଚାୟତିରାଜ ଉଚ୍ଚ ବିଦ୍ୟାଳୟରେ କୋଭିଡ କେୟାର ସେଣ୍ଟର ଉଦଘାଟିତ ହୋଇଯାଇଛି । ବିଡିଓ ଆଶୀର୍ବାଦ ପରିଡା ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରି କୋଭିଡ ରୋଗୀଙ୍କ ପାଇଁ ଏହା ଲୋକାର୍ପଣ କରାଗଲା ବୋଲି ମତବ୍ୟକ୍ତ କରିଥିଲେ । ସ୍ଥାନୀୟ ସରପଂଚ ତପନ କଅଁର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ କୋଭିଡ କେୟାର ସେଣ୍ଟରରେ ବର୍ତମାନ ୩୦ ଜଣ ରୋଗୀ ଚୋକିତ୍ସିତ ହେଉଛନ୍ତି । ଜିଲ୍ଲାର ସର୍ବପ୍ରଥମ ଏହି ସେଣ୍ଟରରେ ଅକ୍ସିଜେନ ଓ ଭେଣି୍ଟଲେଟର ବ୍ୟବସ୍ଥା ହୋଇଛି । ଗତବର୍ଷ ଏହି ସେଣ୍ଟରଟି ସେବା ଦେବାରେ ସାରା ଜିଲ୍ଲାରେ ସୁନାମ ଅର୍ଜନ କରିଥିଲା ଓ ତପନ କଅଁର ଙ୍କୁ ଶ୍ରେଷ୍ଠ ସରପଂଚ ଭାବେ ପୁରସ୍କୃତ ମଧ୍ୟ କରାଯାଇଥିଲା । ଓଡ଼ିଶା ସମାଚାର