Saturday , June 3 2023
Breaking News
Home / ବିଶେଷ / ଗରଦପୁର : ସଂଙ୍କ୍ରମଣ ସଂଖ୍ୟା ବଢ଼ୁଛି ହେଲେ କଟକଣା ମାନୁନାହାନ୍ତି କେହି

ଗରଦପୁର : ସଂଙ୍କ୍ରମଣ ସଂଖ୍ୟା ବଢ଼ୁଛି ହେଲେ କଟକଣା ମାନୁନାହାନ୍ତି କେହି

ଗରଦପୁର, ୧୩/୦୫/୨୦୨୧(ଓଡ଼ିଶା ସମାଚାର)-ପାଟକୁରା,ଗରଦପୁର ଅଂଚଳରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ଅଂଚଳରେ ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ଆଜି ସୁଦ୍ଧା ୧୦୦ ଟପିଗଲାଣି । କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ସମଗ୍ର ରାଜ୍ୟକୁ ୧୪ ଦିନ ପାଇଁ ତାଲାବନ୍ଦ ଘୋଷଣା କରିଛନ୍ତି । ଏହି ତାଲାବନ୍ଦ ସମୟରେ କୌଣସି ସାପ୍ତାହିକ ହାଟ, ଜନଗହଳି, ସମାବେଶ, ଉତ୍ସବ, ସଭାସମିତି ଓ ଭୋଜି ଆଦି କରାଯାଇ ପାରିବ ନାହିଁ । ବିଭାଘର ଭୋଜି ପାଇଁ ୫୦ଜଣ ଶୁଦ୍ଧିକ୍ରିୟା ପାଇଁ ୨୦ଜଣଙ୍କୁ ନେଇ କରାଯାଇ ପାରିବ ବୋଲି ସରକାର କଡାକଡି ନିୟମ କରିଛନ୍ତି । ହେଲେ ଅନୁମତି ନେଇ ଅଧିକ ଲୋକ ସମାଗମ କରୁଥିବା ଦେଖାଯାଉଛି । ଏହି ତାଲାବନ୍ଦ ସମୟରେ ପନିପରିବା,ତେଜରାତି,ଔଷଧ ଦୋକାନ ଆଦି କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ୫ଶହ ମିଟର ଦୂରତ୍ୱ ମଧ୍ୟରେ ଚାଲି ଚାଲି ଯାଇ ସାମାଜିକ ଦୁରତ୍ୱ ରକ୍ଷା କରି ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରି ଘରକୁ ନେଇ ପାରିବେ । ମାତ୍ର ପାଟକୁରା ଅଂଚଳର ପ୍ରାୟ ସବୁଆଡ଼େ ଏହି ଆଇନ୍ ର ଖୋଲା ଉଲଂଘନ କରାଯାଉଥିବାର ଦେଖିବାକୁ ମିିଳୁଛି । ସ୍କୁଟର ମୋଟର ସାଇକେଲ ରେ ଲୋକମାନେ ମନଇଛା ଯାତାୟତ କରୁଛନ୍ତି । ନୂଆପଡା ଠାରେ ଥିବା ସାପ୍ତାହିକ ହାଟ,ପାଟକୁରା ବଜାର ଓ ଅନ୍ୟ କେତେକ ଛକ ସ୍ଥାନମାନଙ୍କରେ ଜନ ଗହଳି ରହୁଥିବାର ଦେଖାଯାଉଛି । ସଟ୍ ଡାଉନ ଶନିବାର ଓ ରବିବାର ବ୍ୟତିତ ସକାଳ ୭ଟା ଠାରୁ ଦିନ ୧୨ଟା ପର୍ଯ୍ୟନ୍ତ ଲୋକମାନେ ବିଭିନ୍ନ ପନିପରିବା କ୍ରୟ କରିବା,ମାଛ ସାଂସ ଦୋକାନରେ ଗହଳି କରିବାର ଦେଖାଯାଉଛି । ତେଣ୍ଡାକୁଡ଼ା ପଂଚାୟତ ଟି ଥାନା ଓ ଫାଣ୍ଡି ଠାରୁ ବହୁ ଦୂର । ତେଣୁ ବିନା ଭୟରେ ତେଣ୍ଡାକୁଡ଼ା ବାଙ୍କା ବଜାର ଓ ସାଇଫନ୍ ଛକରେ ସନ୍ଧ୍ୟାବେଳେ ବହୁ ଭିଡ଼ ଦେଖାଯାଉଛି ସକାଳେ ସାଇଫନ୍ ଛକରେ ମାଛ ଦୋକାନରେ ପ୍ରବଳ ଭିଡ଼ ଦେଖାଯାଛି । ମାସ୍କ କେହି ପିନ୍ଧୁନଥିବାବେଳେ ଯାଂଚ କରିବାକୁ କେହି ନାହିଁ । ସତେ ଯେପରି ଏହି ଅଂଚଳରେ କୋଭିଡ଼ ର କୌଣସି କଟକଣା ନାହିଁ ଓ ତାଲା ବନ୍ଦ ନାହିଁ । ଲୋକମାନେ ହାଟରେ କ୍ରୟ ବିକ୍ରୟ କରିବା ବେଳେ ସାମାଜିକ ଦୁରତ୍ୱକୁ ଭୁଲିଗଲେଣି । ପୁଲିସ ଓ ପ୍ରଶାସନଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଉଠା ପନିପରିବା ଦୋକାନୀଙ୍କ ପାଖରେ ପ୍ରବଳ ଜନ ଗହଳି ଦେଖାଯାଉଛି । ଏହା ଦ୍ୱାରା କରୋନା ସଂକ୍ରମଣକୁ ରୋକଯିବା ପରିବର୍ତେ ସଂକ୍ରମଣ ବୃଦ୍ଧିପାଇବାର ଯଥେଷ୍ଟ ଆଶଙ୍କା ରହୁଛି । ସରକାର କହିଛନ୍ତି କିଛି ଦରକାର ନଥିଲେ ଘରେ ରୁହନ୍ତୁ ହେଲେ ଅମାନିଆମାନେ ମନଇଛା ବାଇକ୍ ଧରି ବୁଲୁଛନ୍ତି । ବିନା ବାଧାରେ ବାଇକ୍ ଚଳାଚଳ କରୁଥିବାରୁ କଟକଣା କିଛିନଥିବା ପରି ମନେହେଉଛି । ଏବେ ବ୍ଲକ୍ ଅଂଚଳରେ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ଶହେ ଅତିକ୍ରମ କରିସାରିଲାଣି । ପୁଲିସ ପକ୍ଷରୁ ଅମାନିଆମାନଙ୍କ ପ୍ରତି ଯଦି କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରା ନ ଯାଏ,ତେବେ ପାଟକୁରା ଅଂଚଳ ଆଗାମୀ ଦିନରେ ହଟସ୍ପଟ ଅଂଚଳ ଭାବରେ ପରିଣତ ହେବ ବୋଲି ବୁଦ୍ଧିଜିବୀ ମହଲରୁ ଆଶଙ୍କା ପ୍ରକାଶ ପାଉଛି । ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.