ପିପି କିଟ୍ ସମେତ ଭୁତାଣୁ ପ୍ରତିରୋଧକ ଯୋଗାଇଦେବା ପାଇଁ ଅନୁରୋଧ କଲେ
କଳାହାଣ୍ଡି, ୧୩/୦୫/୨୦୨୧(ଓଡ଼ିଶା ସମାଚାର)- ବର୍ତ୍ତମାନ କରୋନାର ଭୟ ସମଗ୍ର ବିଶ୍ୱକୁ ଗ୍ରାସିଛି । ଦିନକୁ ଦିନ କୋରୋନା ମୃତକଙ୍କ ସଂଖ୍ୟା ବଢ଼ିବା ରେ ଲାଗିଛି। ସବୁଠାରୁ ଦୁଃଖ ର ବିଷୟ ନିଜ ଆତ୍ମୀୟ ସ୍ଵଜନ ମଧ୍ୟ କୋରୋନା ରୋଗରେ ମରିଗଲେ ସତ୍କାର ତ ଦୂରର କଥା କେହି ତାଙ୍କ ପଖ ମାଡୁନାହାନ୍ତି। ପ୍ରଶାସନ ବ୍ୟବସ୍ଥା ମଧ୍ୟ ଠପ୍ ହେଇପଡୁଛି । ଏହି ସମୟରେ ଶବ ସତ୍କାର କରିବା ପାଇଁ ଅଣ୍ଟା ଭିଡିଛନ୍ତି ସମାଜସେବୀ ମନୋଜ ପଟ୍ଟନାୟକ ଏବଂ ତାଙ୍କ ସାଥି । ପ୍ରଶାସନ ଯେଉଁଠି ଅପହଞ୍ଚ,କରୋନା ମୃତକଙ୍କ ପରିବାର ରେ କେହିନଥିବେ ସେହି ପରିପେକ୍ଷୀରେ ଶବଦାହ କରିବା ପାଇଁ ତାଙ୍କ ସେବା ସଂଗଠନ ପ୍ରସ୍ତୁତ ଅଛି ବୋଲି ପ୍ରକାଶ କରିଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ । ପ୍ରଶାସନ ପାଇଁ ଯେତେବେଳେ ଆବଶ୍ୟକ ପଡିବ ସେତେବେଳେ ଜରୁରୀ ପରିସ୍ଥିତିରେ ସଂଗଠନ ସହଯୋଗ କରିବ । ତେବେ ଶବ ସତ୍କାର ପାଇଁ କେବଳ ପିପି କିଟ୍ ସମେତ ଭୁତାଣୁ ପ୍ରତିରୋଧକ ଯୋଗାଇଦେବା ପାଇଁ କର୍ଲାମୁଣ୍ଡା, ମ.ରାମପୁର , କେସିଙ୍ଗା ଏବଂ ନର୍ଲା ବିଡ଼ିଓ ଙ୍କୁ ସଂଗଠନ ତରଫରୁ ପତ୍ର ପ୍ରଦାନ କରିଛନ୍ତି ସମାଜସେବୀ ମନୋଜ ପଟ୍ଟନାୟକ । ତାଙ୍କ ନେତୃତ୍ୱରେ ସ୍ୱର୍ଗଦ୍ଵାର ସେବା ସଂଗଠନ ପାଇଁ ତୁଳାପଡାରୁ ମନୋଜ କୁମାର ଷଡ଼ଙ୍ଗୀ , ରୁପ୍ରାରୋଡ ରୁ ସଜନ କୁମାର ଅଗ୍ରୱାଲ , ଗାଈଦର ରୁ ମିତ୍ରସେନ୍ ଭୋଇ ତଥା ଖଲିଆପାଲିରୁ ସରୋଜ ସାହୁ ସମେତ ବହୁ ସାହାସୀ ଯୁବ ସ୍ବଚ୍ଛାସେବୀ ସଂଗଠନରେ ଯୋଗ ଦେଇଛନ୍ତି । ଓଡିଶା ସମାଚାର