Monday , September 25 2023
Breaking News
Home / ବିଶେଷ / ଆଦର୍ଶ ଶିକ୍ଷକ ଙ୍କ ପରଲୋକ

ଆଦର୍ଶ ଶିକ୍ଷକ ଙ୍କ ପରଲୋକ

ଭୁବନ ୧୩/୦୫/୨୦୨୧(ଓଡ଼ିଶା ସମାଚାର)- ଭୁବନ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ମିଶ୍ର ଙ୍କର ଗତକାଲି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ସେ ଗତ କିଛିଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ପୁତ୍ର ଦିଲ୍ଲୀପ କୁମାର ମିଶ୍ର,ପ୍ରଫେସର ଦୀପକ କୁମାର ମିଶ୍ର ଙ୍କ ସମେତ ପୁତ୍ରବଧୁ,ନାତିନାତୁଣୀ,ଝିଅ ଜ୍ୱାଇଁ ଉପସ୍ଥିତ ଥିଲେ । ନାରାୟଣ ସାର୍ ଙ୍କ ବିୟୋଗ ଖବର ପାଇ ବହୁ ଛାତ୍ର ତାଙ୍କ ୨ ନମ୍ବର ୱାର୍ଡସ୍ଥିତ ବାସଭବନରେ ପହଁଚି ଅନ୍ତିମ ଦର୍ଶନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ୱର୍ଗତ ମିଶ୍ର କେନ୍ଦୁଝର,କାମାକ୍ଷାନଗର,ମାର୍ଥାପୁର ଓ ଭୁବନ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରି ୧୦୦୭ ମସିହାରେ ଅବସର ଗ୍ରହଣ କରିଥିଲେ । ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ ସ୍ୱର୍ଗତ ନାରଣ ସାର୍ ଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *