ଭୁବନ ୧୨/୦୫/୨୦୨୧(ଓଡ଼ିଶା ସମାଚାର)-ଲକଡାଉନ,ସଟଡାଉନ ର ସୁଯୋଗ ନେଇ ମାଫିଆ ମାନେ ରୀତିମତ ବାଲି,ପଥର,ମୋରମ,ଚିପସ(ଗୋଡି) ଇତ୍ୟାଦି ଲୁଟୁଥିବା ବେଳେ ତହସିଲ ପ୍ରଶାସନ ଓ ପୋଲିସ ମଧ୍ୟ ଫାଇନ ଆଦାୟ କରିବାରେ ଲାଗିଛି । ତଥାପି ଖଣିଜ ଦ୍ରବ୍ୟ ଲୁଟ କମୁନାହିଁ । ଯେତିକି ରାଜସ୍ୱ ଆଦାୟ ହେଉଛି ତା ଦଶଗୁଣା ଚୋରୀ ହେଉଛି ବୋଲି କୁହାଯାଉଡଛି । ଆଜି ସକାଳେ ମାର୍ଥାପୁର ରାସ୍ତାରେ ଓଡି୧୬ଡି-୬୭୫୬ ବିଶିଷ୍ଟ ହାଇୱା ଗାଡି ବାଲି ବୋଝେଇ କରି ଆସୁଥିବା ବେଳେ ଅତିରିକ୍ତ ତହସିଲଦାର ମନୋଜ କୁମାର ମାଝି ଙ୍କ ହାବୁଡରେ ପଡିଥିଲେ । ଗଡନୃସିହପ୍ରସାଦ ରାଜସ୍ୱ ନିରୀକ୍ଷକ ଅରବିନ୍ଦ ସାହୁ ହାଇୱା ଗାଡିରୁ ୧୫ ହଜାର ୪୯୦ ଟଙ୍କା ଫାଇନ ଆଦାୟ କରିଥିଲେ । ଓଡ଼ିଶା ସମାଚାର