Saturday , June 3 2023
Breaking News
Home / ବିଶେଷ / ସଞ୍ଜୟ କୁମାର ସିଂହ ବିଏମ୍‌ସି କମିଶନର ନିଯୁକ୍ତ

ସଞ୍ଜୟ କୁମାର ସିଂହ ବିଏମ୍‌ସି କମିଶନର ନିଯୁକ୍ତ

ଭୁବନେଶ୍ୱର,୧୨/୦୫/୨୦୨୧(ଓଡ଼ିଶା ସମାଚାର)- ଭୁବନେଶ୍ୱର ମହାନଗର ନିଗମର କମିଶନର ପ୍ରେମଚନ୍ଦ୍ର ଚୌଧରୀଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ସଞ୍ଜୟ କୁମାର ସିଂହକୁ ଦାୟିତ୍ୱ ଦିଆଯାଇଛି । ବିଏମ୍‌ସି କମିଶନରରୁ ବଦଳି ପରେ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଏବେ ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ଦକ୍ଷତା ବିକାଶର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବାବେଳେ ବିଷ୍ଣୁପଦ ସେଠୀ ଙ୍କୁ  ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.