କେନ୍ଦ୍ରାପଡ଼ା, ୧୨/୦୫/୨୦୨୧(ଓଡ଼ିଶା ସମାଚାର)- ଜନୈକ ସମବାୟ ସମିତି ସମ୍ପାଦକଙ୍କ ବିରୁଦ୍ଧରେ ଭିଜିଲାନ୍ସ ବିଭାଗ ପକ୍ଷରୁ କେଶ ହେବା ଓ ଘର ଏବଂ ଅଫିସ ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯିବା ପରେବି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପଛରେ ଉଦେଶ୍ୟ କ’ଣ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ କାଳନ୍ଦି ଚରଣ ବିଶ୍ୱାଳଙ୍କ ବିରୁଦ୍ଧରେ ଭିଜିଲାନ୍ସ ବିଭାଗରେ ୭୪/୨୦୧୬ରେ ଏକ ମାମଲା ରୁଜୁ ହେବା ସହ ଗତ ୨୦୧୬ମସିହା ଡିସେମ୍ବରମାସ ୩୧ତାରିଖରେ ତାଙ୍କ ବାସଗୃହ ଏବଂ ସମବାୟ ସମିତି କାର୍ଯ୍ୟାଳୟ ଉପରେ ଏକାସେଙ୍ଗ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ଲକ୍ଷ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତି ଜବତ କରାଯାଇଥିଲା ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି । ଏସମ୍ପର୍କରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସମବାୟ ବିଭାଗର କର୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ସଂପୃକ୍ତ ସମିତି ସମ୍ପାଦକ ଶ୍ରୀ ବିଶ୍ୱାଳଙ୍କ ବିରୁଦ୍ଧରେ ଅଦ୍ୟାବଧି ବିଭାଗ ପକ୍ଷରୁ କୈାଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପଛରେ କ’ଣ ଉଦେଶ୍ୟ ରହିଛି ତାହା ଜଣାପଡୁନାହିଁ । ଏକ୍ଷେତ୍ରରେ ସମିତି ସମ୍ପାଦକ ଶ୍ରୀ ବିଶ୍ୱାଳ କ’ଣ ଆଇନରୁ ଉଦ୍ଧ୍ୱର୍ରେ ନା ସବୁ ଜାଣିଶୁଣି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଘଟଣାକୁ ଚପାଇ ଦେବାକୁ ବସିଛନ୍ତି । ସାଧାରଣତଃ ଜଣେ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ବିଭାଗ ପକ୍ଷରୁ ମାମଲା ରୁଜୁ ହେବା ସମ୍ପର୍କରେ ବିଭାଗ ଜାଣିବା ପରେ ସେହି କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । କିନ୍ତୁ ଏଠାରେ ତାହାର ସମ୍ପୂର୍ଣ୍ଣ ଉଲ୍ଲଂଘନ ହୋଇଥିବା ଦେଖାଯାଇଛି । ନୀତି, ନିୟମ ଓ ଆଇନ ,କାନୁନକୁ ସମ୍ପୂର୍ଣ୍ଣ ବଳି ଦିଆଯାଇ ସମବାୟ ବିଭାଗରେ ସମିତି ସମ୍ପାଦକ ଶ୍ରୀ ବିଶ୍ୱାଳଙ୍କ ପାଇଁ କଣ ନୂତନ ଆଇନ ତିଆରି କରାଯାଇଛି ? ଅନ୍ୟ ପକ୍ଷରେ ସେହି ଭିଜିଲାନ୍ସ ମାମଲାର ତଦନ୍ତକାରୀ ଅଧିକାରୀ କେନ୍ଦ୍ରାପଡା ଭିଜିଲାନ୍ସ ଇନସପେକ୍ଟର ସୁରେଶ କୁମାର କହଁର କହିଛନ୍ତି ଯେ ସେହି ମାମଲାର ତଦନ୍ତ ଶେଷ ହୋଇନାହିଁ କିମ୍ବା ଅଭିଯୋଗ ଫର୍ଦ୍ଧ କୋର୍ଟରେ ଦାଖଲ ହୋଇନାହିଁ । ତଦନ୍ତ ଚାଲୁରହିଛି ବୋଲି ସେ କହିଛନ୍ତି । ଦୀର୍ଘ ୪ବର୍ଷ ଧରି ଭିଜିଲାନ୍ସ ବିଭାଗରେ ତଦନ୍ତ ଚାଲୁ ରହିଛି କେବେ ସରିବ ତାର କିଛି ଠିକ ଠିକଣା ନାହିଁ । ଓଡ଼ିଶା ସମାଚାର
Check Also
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ
ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …