କେନ୍ଦ୍ରାପଡ଼ା,୧୨/୦୫/୨୦୨୧(ଓଡ଼ିଶା ସମାଚାର)-କରୋନାର ଦ୍ୱିତୀୟ ଲହର ଯୋଗୁଁ ଲକଡାଉନ ଚାଲିଥିବାରୁ ଦୁର୍ଦ୍ଧିନରେ ରହୁଥିବା ଅସହାୟ ଭିନ୍ନକ୍ଷମ ଏବଂ କିନ୍ନରମାନଙ୍କୁ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ୧୫ଦିନ ପାଇଁ ରାସନ ସାମଗ୍ରୀ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଓ ପୁନର୍ବାସର ବରିଷ୍ଠ ସଦସ୍ୟ ଏମଡି. ଜାହିଦ ଖାଁ, ଗୌତମ ସାହୁ ପ୍ରମୁଖ ଯୋଗଦେଇ ହରିଅଙ୍କର ଦୃଷ୍ଟିବାଧିତ ବଟକୃଷ୍ଣ ବାରିକ ଓ ଶାରୀରିକ ପକ୍ଷାଘାତ ସଞ୍ଜୟ କୁମାର ଜେନା ଏବଂ ଗୋପଛକ ନିକଟସ୍ଥ କିନ୍ନର କଲୋନୀକୁ ଯାଇ ସେଠାରେ ରହୁଥିବା ଅନ୍ତେବାସୀମାନଙ୍କୁ ଅଟା, ଡାଲି, ତେଲ, ବିସ୍କୁଟ ପ୍ରଭୃତି ୧୫ଦିନ ନିମନ୍ତେ ରାସନ ସାମଗ୍ରୀ ସହ ଆର୍ଥିକ ସହାୟତା ପୁନର୍ବାସ ପକ୍ଷରୁ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର