କେନ୍ଦ୍ରାପଡ଼ା,୧୨/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ନୂଆ ବସଷ୍ଟାଣ୍ଡ ବାଇପାସରେ ଥିବା ପ୍ରଫୁଲ୍ଲ ଦାସଙ୍କ ପରିବା ଦୋକାନଟି ଆକସ୍ମିକ ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଯାଇଛି । କରୋନା ଜନିତ ଲକଡାଉନ ଯୋଗୁଁ ସବୁଦିନ ଭଳି ମଙ୍ଗଳବାର ଅପରାହ୍ନ ୧୨ଟାରେ ପରିବା ଦୋକାନ ବନ୍ଦ କରି କାକଟ ଗ୍ରାମର ପ୍ରଫୁଲ୍ଲ ଦାସ ଘରକୁ ପଳାଇ ଆସିଥିଲେ । କିନ୍ତୁ ସେଦିନ ବିଳମ୍ବିତ ରାତିରେ ବିଦୁ୍ୟତ ସଟସର୍କିଟ ଯୋଗୁଁ ଦୋକାନରେ ଅଗ୍ନିକାଣ୍ଡ ଘଟି ଜଳୁଥିବା ଦେଖି ରାତି ପାଟ୍ରୋଲିଂ କରୁଥିବା ଟାଉନ ଥାନା ପୋଲିସ ଅଗ୍ନିଶମ ବିଭାଗକୁ ଖବର ଦେବା ସହିତ ନିକଟସ୍ଥ ଦୋକାନୀଙ୍କୁ ଜଣାଇଥିଲା । ସେହି ଦୋକାନୀଙ୍କ ଠାରୁ ଖବର ପାଇ ପ୍ରଫୁଲ୍ଲ ଆସି ଦେଖିବା ବେଳକୁ ଦୋକାନରେ ଥିବା ସମସ୍ତ ପରିବା ପୋଡି ପାଉଁଶ ହୋଇଯାଇଥିଲା । ଗରୀବ ପ୍ରଫୁଲ୍ଲକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର