Saturday , March 25 2023
Breaking News
Home / ବିଶେଷ / ଜନ୍ମମାଟି କୋଠପଦା ଠାରେ ଗଣକବି ବୈଷ୍ଣବ ପାଣିଙ୍କ ୬୫ ତମ ତିରୋଧାନ ଦିବସ

ଜନ୍ମମାଟି କୋଠପଦା ଠାରେ ଗଣକବି ବୈଷ୍ଣବ ପାଣିଙ୍କ ୬୫ ତମ ତିରୋଧାନ ଦିବସ

ସାଲେପୁର, ୧୨/୦୫/୨୦୨୧ (ଓଡିଶା ସମାଚାର/ଅଭୟ ଜେନା):ଓଡ଼ିଆ ଗୀତିନାଟ୍ୟ ଜଗତର ମଉଡମଣୀ, କାଳଜୟୀ ସାରସ୍ୱତ ସାଧକ, ନାଟ୍ୟ ସାମ୍ରାଜ୍ୟର ମୁକୁଟ ବିହୀନ ସମ୍ରାଟ ।ସାଲେପୁର ଓ ମାହାଙ୍ଗା ମାଟିର ଜସ୍ବଶିପ୍ରତିଭା ଗଣକବି ବୈଷ୍ଣବ ପାଣିଙ୍କ ୬୫ ତମ ଶ୍ରାଦ୍ଧତିଥି ପାଳିତ ହୋଇଯାଇଛି ।
କବିଙ୍କ ପବିତ୍ର ଜନ୍ମମାଟି ତଥା ଓଡ଼ିଆ ଯାତ୍ରା ନାଟକର ଏନ୍ତୁଡ଼ିଶାଳ କୋଠପଦା ଠାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଲେଖଚନ୍ଦ୍ର ଦାସଙ୍କ ନେତୃତ୍ୱରେ ବିରୂପା ନଦୀରେ ତିଳତର୍ପଣ କରାଯାଇଥିଲା । ଓଡ଼ିଆ ଭାଷାରେ ରାଶିରାଶି ଗୀତିନାଟ୍ୟ, ସୁଆଙ୍ଗ, କାବ୍ୟ, କବିତା, ଉପନ୍ୟାସ, ଆତ୍ମଜୀବନୀ, ଭଜନ, ଜଣାଣ, ଛାନ୍ଦ,ଚଉତିଶା, ଚଉପଦୀ,ଭଳି ଅନେକ କୃତୀ ତାଙ୍କ ସୃଷ୍ଟି ସମ୍ପଦକୁ ରୁଦ୍ଧିମନ୍ତ କରିଛି ।
ଏହି ପ୍ରଥିତଯଶା ସାରସ୍ୱତ ସାଧକଙ୍କ ସ୍ମୁତିରେ କୋଭିଡ କଟକଣା ଭିତରେ ନିରାଡ଼ମ୍ବର ଭାବେ ଆୟୋଜିତ ତିଳ ତର୍ପଣ କାର୍ୟ୍ୟକ୍ରମରେ ସାହିତ୍ୟ ସଂଗଠକ ରତ୍ନାକର ମହାନ୍ତି, ମଞ୍ଚ ଅଭିନେତା ହୃଷିକେଶ ଲାଲ,ନାଟ୍ୟକାର କିଶୋର ଚନ୍ଦ୍ର ଦାଶ, ଗଣକବି ବୈଷ୍ଣବ ପାଣି ସ୍ମୁତି ସଂସଦର ସଂଗଠନ ସମ୍ପାଦକ ପନଙ୍ଗ ଭୂଷଣ ଦାସ, ସାହିତ୍ୟିକ ଅଖିଳେଶ ମହାନ୍ତି, ପୂର୍ବତନ ସମିତିସଭ୍ୟ ରାଧାନାଥ ରାଉତ, ସୁଶାନ୍ତ ନନ୍ଦ, ଯୁବ ସଂଗଠକ ଗଣେଶ ବେହାରୀ,କବିଙ୍କ ବଂଶଜ ସୁଧାଂଶୁ ପାଣି,ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ,ସଂସ୍କୃତିପ୍ରେମୀ ଗୟାଧର ସାହୁ, ରାମଚନ୍ଦ୍ର ମହାପାତ୍ର, କବିଙ୍କ ଦାୟାଦ ଚନ୍ଦ୍ରଭାନୁ ଆଚାର୍ୟ୍ୟ, ଶିକ୍ଷାବିତ ହୃଷିକେଶ ବେହେରା, ଜଗନ୍ନାଥ ନାୟକ, ଦୀପକ ଦାସ, ଯତୀନ୍ଦ୍ର ନାଥ ଦାଶ, ବିଶ୍ୱରଂଜନ ଦାସ, ଅଭିନେତା ରତ୍ନାକର ଓଝା, ପ୍ରମୁଖ ଯୋଗଦେଇ ଓଡ଼ିଆ ସାହିତ୍ୟର ଏହି ନମସ୍ୟ ପୁରୁଷଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ମାର୍ଲ୍ୟାପଣ ପରେ ପାଣି ସାହିତ୍ୟର ମୂଲ୍ୟାୟନ କବିଙ୍କ ସ୍ମୁତି ଚାରଣ କରିଥିଲେ ! ଓଡ଼ିଶା ସମାଚାର

Leave a Reply

Your email address will not be published.