Saturday , March 25 2023
Breaking News
Home / କୃଷି / ଚାଷୀଙ୍କୁ ମିଳୁନି ବିହନ , ଚାଷ କାର୍ଯ୍ୟ ବାଧାପ୍ରାପ୍ତ

ଚାଷୀଙ୍କୁ ମିଳୁନି ବିହନ , ଚାଷ କାର୍ଯ୍ୟ ବାଧାପ୍ରାପ୍ତ

ଗରଦପୁର, ୧୨/୦୫/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ର ଚାଷୀମାନଙ୍କୁ ଆବଶ୍ୟକ ପରିମାଣର ବିହନ ମିଳିପାରୁନାହିଁ । ଫଳରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇପଡ଼ିଛି ।  କୃଷି ବିଭାଗ ତରଫରୁ ଚାଷୀମାନଙ୍କୁ ବିହନ ଯୋଗାଇ ଦିଆଯାଇନଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି । ଉଲେଖନୀୟ ଏହିକି ଗରଦପୁର ବ୍ଲକ୍ ର ଅଧିକାଂଶ ପରିବାର କୃଷି ଉପରେ ନିର୍ଭର କରିଥାନ୍ତି । ଆଉ ୩ ଦିନ ପରେ ଅକ୍ଷୟ ତୃତୀୟା ରୁ ଚାଷ କାର୍ଯ୍ୟ ଆରମ୍ଭ ହେବ । ୯ ଟି ସେବା ସମବାୟ ସମିତି ଜରିଆରେ ବ୍ଲକ୍ ର ୧୦ ହଜାରରୁ ଅଧିକ ଚାଷୀଙ୍କୁ ରିହାତି ଦରରେ ସ୍ୱର୍ଣ୍ଣ, ପୂଜା, ୧୦୦୧, ବର୍ଷା, ରାଣୀ, ଶାରଳା, ୧୦୧୮ ଆଦି କିଶମ ଧାନ ବିହନ ଯୋଗାଇ ଦିଆଯାଇଥାଏ । ମାତ୍ର ଗରଦପୁର ର ଚାଷୀମାନଙ୍କୁ ଆଜିସୁଧା ଧାନ ବିହନ ମିଳିପାରିନଥିବା ଅଭିଯୋଗ ହୋଇଛି । ତେଣୁ ଚାଷୀମାନେ କିପରି ଚାଷ କାର୍ଯ୍ୟ ଆରମ୍ଭ କରିବେ ଚିନ୍ତାରେ ପଡ଼ିଛନ୍ତି । ଏ ସମ୍ପର୍କରେ ବ୍ଲକ୍ କୃଷି ଅଧିକାରୀ ସୌମେନ୍ଦ୍ର ମହାନ୍ତିଙ୍କୁ ପଚାରିବାରୁ ବିହନ ନିଗମ ବିହନର ଦର ଧାର୍ଯ୍ୟ କରିନାହାନ୍ତି । କରୋନା ମହାମାରୀ ପ୍ରକୋପ ଯୋଗୁ ଏହା ବିଳମ୍ବ ଘଟୁ ଥିବା ସୂଚନା ଦେବା ସହ ଯଥା ଶୀଘ୍ର ଚାଷୀମାନଙ୍କୁ ବିହନ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.