କେନ୍ଦ୍ରାପଡ଼ା, ୧୨/୦୫/୨୦୨୧(ଓଡ଼ିଶା ସମାଚାର)- କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲ୍ଲାରେ ଏକ ଆର.ଟି.ପି.ସି.ଆର. ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯିବାକୁ ରାଜ୍ୟ ସରକାର ନିଷ୍ପତିି ଗ୍ରହଣ କରିଛନ୍ତି । କେନ୍ଦ୍ରାପଡା ସମେତ ରାଜ୍ୟର ୧୬ଟି ଜିଲ୍ଲାର ସଦର ମହକୁମାରେ ଏଭଳି ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଦିନକୁ ଦିନ କରୋନା ସଂକ୍ରମଣ ହାର ବୃଦ୍ଧିକୁ ଦୃଷ୍ଟିରେ ରଖାଯାଇ ରାଜ୍ୟ ସରକାର ଏଭଳି ନିଷ୍ପତିି ନେଇଥିବା ଜଣାପଡିଛି । ପ୍ରତି କେନ୍ଦ୍ର ନିମନ୍ତେ ଏକ କୋଟି ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ପ୍ରତ୍ୟେକ କେନ୍ଦ୍ରରେ ଜଣେ ମାଇକ୍ରୋବାୟୋଲୋଜିଷ୍ଟ ଓ ୩ଜଣ ଲାବରୋଟୋରି ଟେକନିସିଆନଙ୍କୁ ଆଉଟସୋର୍ସିଂ ବେସିସ ରେ ନିଯୁକ୍ତି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇଦିଆଯାଇଛି । ଓଡ଼ିଶା ସମାଚାର